Masthead

ରାସ୍ତା ନିର୍ମାଣ କାମକୁ ନେଇ ବିଧାୟକଙ୍କୁ ବିରୋଧ କଲେ ଲୋକେ

ନିମାପଡ଼ା (ବଡ଼ ଖବର ବ୍ୟୁରୋ):  ନିମାପଡ଼ାରେ ବିଧାୟକଙ୍କୁ ବିରୋଧ । ରାସ୍ତା ନିର୍ମାଣ କାମକୁ ନେଇ ବିରୋଧ କଲେ ଲୋକେ । ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଆସିଥିବା ବେଳେ ବିରୋଧର ସାମ୍ମୁଖୀନ ହୋଇଛନ୍ତି ବିଧାୟକ ସମୀର ଦାଶ । ଚକରଡାଠାରୁ କେଉଟସାଳଦା ପାଇଁ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିଲେ ଲୋକେ । ମାତ୍ର ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇପାରିନାହିଁ । ତେଣୁ ଛଣିଜଙ୍ଗ ପଞ୍ଚାୟତ ଚାରିମୌଯାରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ବିଧାୟକ ଆସିଥିବା ବେଳେ ତାଙ୍କୁ ବିରୋଧ କରିଛନ୍ତି ଚକୋରଡ଼ା ଗ୍ରାମବାସୀ ।

ବିରୋଧରୁ ହଟହଟା ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କରିନପାରି ଫେରିଲେ ନିମାପଡା ବିଧାୟକ ସମୀର ଦାଶ । ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିଲା । ଚକରଡାଠାରୁ କେଉଟସାଳଦା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପକ୍ଷରୁ ଅନେକ ସମୟ ରାସ୍ତା ଅବରୋଧ କରିବା ସହ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ ଗ୍ରାମବାସୀ ।

ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରାସ୍ତା ନିର୍ମାଣ ପାଇଁ ଦୁଇଟି ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ଆସିଥିଲା । ପ୍ରଥମ ପର୍ଯ୍ୟାୟ ଟଙ୍କା ରେ ୧୦ ଲକ୍ଷ ଟଙ୍କାରେ କିଛି ବାଟ କାମ କରାଯାଇ ଥିଲା । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାରେ ଆଜି କେଉଟ ସାଳଦା ନିକଟରେ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ବିଧାୟକ ଯାଉଥିବା ସମୟରେ ତାଙ୍କୁ ବିରୋଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ