Masthead

ବ୍ରହ୍ମପୁରରୁ ପ୍ରଧାନମନ୍ତ୍ରୀ ବ୍ରହ୍ମାସ୍ତ୍ର

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି କଲେ ଭାଷଣ ଆରମ୍ଭ । କହିଛନ୍ତି କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ ନିର୍ମାଣ କରିଛି । ଆପଣଙ୍କ ଭୋଟ ବଳରେ ରାମଲାଲାଙ୍କ ମନ୍ଦିର ନିର୍ମାଣ ହୋଇଛି ।

ରାମଲାଲାଙ୍କ ମନ୍ଦିର ୫ଶହ ବର୍ଷର ଅପେକ୍ଷାର ଅନ୍ତ । ଓଡ଼ିଶାରେ ଏଥର ୨ ଯଜ୍ଞ, ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଓଡ଼ିଶାରେ ବିଜେପି ନେତୃତ୍ବର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି । ବିଜେପି ଯାହା କହେ, ତାହା କରି ଦେଖାଏ । ଏଠାରେ ସରକାର ହେଲା ପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ ।

ମେଡିକାଲରେ ଡାକ୍ତର ନାହାନ୍ତି, ପିଲା ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ, ପିଇବା ପାଣି ନାହିଁ । ମୋଦି ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ୧୦ ବର୍ଷରେ ଉପା ସରକାର ଓଡ଼ିଶାକୁ ୧ ଲକ୍ଷ କୋଟି ଦେଇଥିଲେ । ମୋଦି ୧୦ ବର୍ଷରେ ଓଡ଼ିଶାକୁ ସାଢ଼େ ୩ ଲକ୍ଷ କୋଟିରୁ ଅଧିକ ଦେଇଛନ୍ତି । କେବଳ ପଇସା ପଠାଇଲେ ହେବ ନି, ଭଲ ସରକାର ହେବା ତ ଦରକାର । ବିଜେଡି ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ଲଗାଇ ଲୁଟୁଛି । ୪ ଜୁନ ବିଜେଡି ସରକାର ଏକ୍ସପାୟରି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !