Masthead

ଛିଡ଼ୁନି ଟିକେଟ ଅଙ୍କ, କେବେ ସରିବ ପ୍ରାର୍ଥୀ ଘୋଷଣା ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଣ୍ଠେଇଛି ପ୍ରଚାର ଗାଡି । କଣ୍ଟା ସାଜିଛି ପ୍ରାର୍ଥୀ ଚୟନ ଦ୍ୱନ୍ଦ୍ୱ । ନା ଆରୋପ ପ୍ରତ୍ୟାରୋପ ନା ପ୍ରତିଜ୍ଞା ପ୍ରତିଶ୍ରୁତି କିଛି ବି ହଲଚଲ ଆରମ୍ଭ ହୋଇ ନାହିଁ । ଯାହା କିଛି ପ୍ରଚାର ଆରମ୍ଭ ହୋଇଛି ତାହା ଆଖି ଦୃଶିଆ ନୁହେଁ । କେବଳ ସୋସିଆଲ ମିଡିଆରେ ଡିଜିଟାଲ ଲଢେଇ ଆରମ୍ଭ ହୋଇଛି । ଆଗକୁ ଡିଜିଟାଲ ପ୍ରଚାର ଆହୁରି ଶାଣିତ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ତାରିଖକୁ ଆଉ ମାତ୍ର ୧୦ ଦିନ । ହେଲେ ଏଯାଏଁ ନା ଅଛି ପ୍ରଚାର ଘୋ ଘା, ନା ସରୁଛି ପ୍ରାର୍ଥୀ ଘୋଷଣା ।

ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାନ୍ତି । ବିଜେପି ସମସ୍ତ ଲୋକସଭା ସହ ସବୁଠୁ ଅଧିକ ୧୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଆହୁରି ୩୫ ସିଟରେ ନାଁ ଘୋଷଣା କରିନାହିଁ । ସେହିପରି ବିଜେଡି ଏଯାଏଁ ବାଲେଶ୍ୱର ସିଟ୍ ପାଇଁ ପ୍ରାର୍ଥୀ ଖୋଜୁଥିବାବେଳେ ୩୯ ବିଧାନସଭା ଆସନ ବି ଦଳର ପ୍ରାର୍ଥୀ ଖୋଜା ସରୁନି । କଂଗ୍ରେସର ସ୍ଥିତି ବି ସମାନ ।

ଦଳ ୮ ଲୋକସଭା ଓ ୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ଆହୁରି ୧୩ ଲୋକସଭା ଓ ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି । ଆସନ୍ତା ମେ ୧୩ରେ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ମତଦାନ ହେବ । ସେଥିପାଇଁ ଚଳିତ ମାସ ୧୮ ତାରିଖ ରହିଛି ନାମାଙ୍କନ ପାଇଁ ତାରିଖ । ତେବେ ୩ ପ୍ରମୁଖ ଦଳ କେବେ ବାକି ଆସନରେ ଟିକେଟ ଘୋଷଣା କରୁଛନ୍ତି ତା ଉପରେ ଏବେ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି