ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ନୂଆଦିଲ୍ଲୀ ରେସିଡେଣ୍ଟର ସାହିଦ ଫାରିଦ କେମିତି ନୂଆଦିଲ୍ଲୀରେ ପାଣ୍ଡିଆନ ବିଜେପି ସହ ଡିଲ କରିବା ପାଇଁ ଚକର କାଟୁଛି ତାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ସେ ଡିଲ ହେଉଛି ବିଜୁ ଜନତା ଦଳର ବିଭାଜନ । ନିଜକୁ ବଞ୍ଚାଇବା ପାଇଁ ଏବେ ବିଜୁ ଜନତା ଦଳର ବିଭାଜନ କରିବାକୁ ଚାହୁଁଛନ୍ତି ପାଣ୍ଡିଆନ । ସେ ଲେଖିଛନ୍ତି ବିଜେଡିର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପିଏ ତଥା ରାଜନେତା ଭିକେ ପାଣ୍ଡିଆନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ସଂସଦରେ ତଥା ଭାରତର ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତିଙ୍କ ପାଇଁ ହେବାକୁ ଥିବା ନିର୍ବାଚନରେ ବିଜେପି ନବୀନଙ୍କ ସହ କଥା ହୋଇଛନ୍ତି । ରାଜ୍ୟସଭାରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ଏହି ବିଲ୍ ପାସ୍ କରିବା ପାଇଁ ନଅ ଜଣ ବିଜେଡି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଓଡ଼ିଶା ବିଧାନସଭାରେ ବିଜେଡିର ୫୧ ଜଣ ସଦସ୍ୟ ମଧ୍ୟ ଅଛନ୍ତି । ତେବେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଶାସକ ଦଳ ବିଜେଡିର ସମର୍ଥନ ଚାହୁଁଛି । ଯାହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କିଛି ଦିନ ତଳେ ବା ଗତ ସପ୍ତାହରେ ନବୀନଙ୍କ ସହ କଥା ହୋଇଥିଲେ ।

ଅମିତ ଶାହଙ୍କୁ ନବୀନ ପଟ୍ଟନାୟକ କହିଛନ୍ତି ଯଦି ଭିକେ ପାଣ୍ଡିଆନଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ନକରିବାକୁ ପ୍ରତିଶ୍ରୁତି ଦିଅନ୍ତି ତେବେ ସେ ରାଜ୍ୟସଭାରେ ଏନଡିଏକୁ ସମର୍ଥନ କରିବେ । ଯଦି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ପାଣ୍ଡିଆନଙ୍କୁ ଟାର୍ଗେଟ ନକରିବ ତେବେ ରାଜ୍ୟସଭାରେ ଏନଡିଏକୁ ସମର୍ଥନ କରିବ । ନବୀନଙ୍କ ଅତି ଘନିଷ୍ଠ ତଥା ବିଜେଡିର ପୂର୍ବରୁ ବିଶ୍ୱସପାତ୍ର ଥିବା ଭିକେ ପାଣ୍ଡିଆନ ଜଣେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀଙ୍କ ମାଧ୍ୟମରେ ଶାହାଙ୍କ ସହ ଭେଟି କଥାବାର୍ତ୍ତା କରିବା ପାଇଁ ଚେଷ୍ଟା କରୁଛନ୍ତି ଯାହାଙ୍କ ପାଖରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।

ପାଣ୍ଡିଆନ୍ ଗତ କିଛି ସପ୍ତାହ ମଧ୍ୟରେ ଅନେକ ଥର ଦିଲ୍ଲୀ ଗସ୍ତ କରିଛନ୍ତି, କିନ୍ତୁ ଶାହାଙ୍କୁ ଭେଟିବାରେ ସକ୍ଷମ ହୋଇ ନାହାନ୍ତି। ପାଣ୍ଡିଆନ ବିଜେପି ନେତୃତ୍ୱକୁ କହିଛନ୍ତି ଯେ ସେ ବିଜେଡିକୁ ବିଭାଜନ କରି ଓଡ଼ିଶାରେ ବିଜେପିକୁ ବୃଦ୍ଧି କରିବାରେ ସାହାଯ୍ୟ କରିପାରିବେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ଅଧିକାଂଶ ଆସନ ଜିତିଥିଲା, କିନ୍ତୁ ବିଜେଡି ଅଧିକ ଭୋଟ୍ ପାଇଥିଲା। ରାଜ୍ୟରେ ବିଜେପିର ସମର୍ଥନକୁ ବଢାଇବା ପାଇଁ ସାହାଯ୍ୟ କରିବାକୁ ପାଣ୍ଡିଆନ୍ ପ୍ରସ୍ତାବ ଦେଇଛନ୍ତି। ଯାହା ଜଣା ପଡୁଛି ବିଜେପି ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ସାଥ ଦେବା ପାଇଁ ଚାହୁଁଛନ୍ତି ଏବଂ ପାଣ୍ଡିଆନଙ୍କୁ ସାମିଲ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *