Masthead

ବିଜେପି ଅସୁବିଧାରେ ପଡ଼ିଲେ ସୁବିଧାବାଦର କଥା କୁହେ: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପି ଯେତେବେଳେ ଅସୁବିଧାରେ ପଡେ ସେତେବେଳେ ସୁବିଧାବାଦର କଥା କୁହେ । ଏଭଳି କହିଛନ୍ତି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ଇତିହାସ ଖୋଲିଲେ ଜଣାପଡ଼ିବ କିଏ ସୁବିଧାବାଦୀ । ଆମେ ଓଡ଼ିଶାର ସୁବିଧା ପାଇଁ କାମ କରୁଛୁ ବୋଲି କହିଛନ୍ତି ପ୍ରସନ୍ନ । ରାଜ୍ୟର ସ୍ୱାର୍ଥ କୁ ଆଖି ଆଗରେ ରଖି ଆମେ ନିଷ୍ପତି ନେଉ । ୨୦୦୯ ମେଣ୍ଟ ସରକାର ପରଠାରୁ ବିଜେଡିର ସମଦୂରତ୍ୱ ନୀତି ବଜାୟ ରହିଛି । ଜେଡିୟୁ କ’ଣ ଟ୍ୱିଟ କଲା ଜେଡିୟୁ କହିପାରିବ କିନ୍ତୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । ନବୀନ ଓ ନୀତୀଶଙ୍କ ପୁରାତନ ବନ୍ଧୁତା ରହିଛି । ଜେଡିୟୁ ଗୋଟେ ଅନ୍ୟ ରାଜନୈତିକ ଦଳ ବିଜେଡି ଗୋଟେ ଅନ୍ୟ ରାଜନୈତିକ ଦଳ । ଓଡ଼ିଶାକୁ ଯେଉଁ ନେତା ବା ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟନ୍ତି । ନବୀନ କେଵେଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହନ୍ତି ସେ ଭାରତବର୍ଷ ର ଉଚ୍ଚ ନେତୃତ୍ୱ । ତାଙ୍କପ୍ରତି ସବୁ ଦଳର ସବୁ ନେତାଙ୍କ ସମ୍ମାନ ଅଛି । ନବୀନ ଜଣେ ପୁରୁଖା ରାଜନେତା କେନ୍ଦ୍ରମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଭାରତ ବର୍ଷର ସବୁ ନେତାଙ୍କ ସହ ତାଙ୍କର ପରିଚୟ ଅଛି । ନୀତିଶଙ୍କ ସହ ଆଲୋଚନା ପରେ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ