Masthead

ଥଣ୍ଡା ରୋଗୀଙ୍କୁ କ୍ୟାନସର ମେଡିସିନ

ଥଣ୍ଡା-ସର୍ଦ୍ଦି ରୋଗୀଙ୍କୁ କ୍ୟାନସର ମେଡିସିନ ଦେଇଛନ୍ତି ଡ଼ାକ୍ତର

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ଡ଼ାକ୍ତର ହେଉଛନ୍ତି ଆମର ଦ୍ୱିତୀୟ ଭଗବାନ । ଯେଉଁ ଡ଼ାକ୍ତରଙ୍କୁ ଆମେ ବିଶ୍ୱାସ ଓ ଭରସା କରୁ ଯଦି ସେ କାଳ ସାଜିବେ ତ କ’ଣ ବା କରିହେବ ? ଅନେକ ସମୟରେ ଡ଼ାକ୍ତରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ଚାଲିଯାଇଥାଏ ରୋଗୀର ଜୀବନ ।

ରାଜସ୍ଥାନରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଥଣ୍ଡା-ସର୍ଦ୍ଦି ରୋଗୀଙ୍କୁ କ୍ୟାନସର ମେଡିସିନ ଦେଇଛନ୍ତି ଜଣେ ଡ଼ାକ୍ତର । ଏପରି କାର୍ଯ୍ୟ ଦେଖି ଡ଼ାକ୍ତରଙ୍କ ଉପରୁ ରୋଗୀ ମାନଙ୍କର ବିଶ୍ୱାସ ଧିରେ ଧିରେ ଉଠିବାରେ ଲାଗିଛି । ଅଭିଯୋଗ ଆସିଛି ଯେ ରାଜସ୍ଥାନର ସରକାରୀ ହସ୍ପିଟାଲର ଡ଼ାକ୍ତରମାନେ ସାଧାରଣ ଥଣ୍ଡା, ଜ୍ୱର ପାଇଁ କ୍ୟାନସର, କିଡନୀ ଫେଲ ଓ ହାର୍ଟ ରୋଗର ମହଙ୍ଗା ମେଡିସିନ ସାମାନ୍ୟ ଥଣ୍ଡା ରୋଗୀଙ୍କ ପାଇଁ ଲେଖିଥିଲେ । ଗର୍ଭବତୀ ମହିଳାଙ୍କୁ ମିଛ ବାଞ୍ଝପଣ ଦୂର ପାଇଁ ଔଷଧ ଦେଉଥିଲେ ଡ଼ାକ୍ତର ।

ଏହି ସବୁ ଘଟଣାରେ ସାମିଲ ଅଛନ୍ତି ଡ଼ାକ୍ତର, ମେଡିକାଲ ଷ୍ଟୋର ସଞ୍ଚାଳକ ଓ ଲ୍ୟାବ ମାଲିକ । କମିଶନ ନେଇ ସମସ୍ତେ ଏପରି ଜଘନ୍ୟ କାମ କରୁଥିବାର ମିଳିଛି ପ୍ରମାଣ । ଅଭିଯୋଗର ସତ୍ୟ ସାମ୍ନାକୁ ଆସିଲା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ତଦନ୍ତରେ ପୂରା ଜିଲ୍ଲାରେ ୧୧ଜଣ ଡ଼ାକ୍ତର ସମେତ ଅନେକ ମେଡିକାଲ ଷ୍ଟୋର ସଞ୍ଚାଳକଙ୍କୁ ନୋଟିସ୍ ଦିଆଯାଇଛି । ଖାଲି ସେତିକି ନୁହେଁ କିଛି ଡ଼ାକ୍ତରମାନେ ରୋଗୀଙ୍କୁ ନଦେଖି ଔଷଧ ଲେଖି ଦେଉଥିଲେ । ଏବଂ କିଛି ରୋଗୀଙ୍କୁ ନଜଣାଇ ତାଙ୍କ ନାମରେ ଔଷଧ ମଧ୍ୟ କିଣାାଯାଇ ରେକର୍ଡରେ ଚଢ଼ାଯାଇଛି । ଏଆଇ ଟେକନିକ ଦ୍ୱାରା ଡାଟା ଗୁଡ଼ିକୁ ଆନାଲିସ୍ କରାଯାଇ ସବୁ ସତର ଖୁଲାସା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ