Masthead

ରାସ୍ତାକାମ ପାଇଁ ଅଭିନବ ଉପାୟରେ ପ୍ରତିବାଦ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କପିଳା ପଞ୍ଚାୟତ ପାଞ୍ଚ ନମ୍ବର ୱାର୍ଡ ପତିସାହି ରାସ୍ତାଟି ଦୀର୍ଘ ୧୦୦ ବର୍ଷର ରାସ୍ତା । ୪୦ ବର୍ଷରୁ ଅଧିକ ହେବ ରାସ୍ତା ର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହେଇଥିବା ବେଳେ କାହାର ନଜର ନାହିଁ । ଏମିତି ପ୍ରତିବର୍ଷ ବର୍ଷା ଦିନେ ପାଣି ଜମିରହି ଅତ୍ୟନ୍ତ ଦୟନୀୟ ପରିସ୍ଥିତି ସୃଷ୍ଟି ହେବା ସହିତ ବହୁ ସମୟରେ ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଛୋଟ ଛୋଟ ପିଲା ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଓ ଟ୍ୟୁସନ ଯିବା ବାଟରେ ବହୁବାର ଦୁର୍ଘଟଣା ସମ୍ମୁଖୀନ ହୋଉଛନ୍ତି ।

ଏହି ରାସ୍ତା ଉପରେ ରାତି ପାହିଲେ ଚାଳିଶୀ ଗୋଟି ପରିବାର ଯିବା ଆସିବା କରନ୍ତି । ଅନେକ ବାର ଜିଲ୍ଲାପାଳ, ତହସିଲଦାର ସ୍ଥାନୀୟ ସରପଞ୍ଚଙ୍କୁ ନିଜର ଦୁଃଖ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦଉନାହାନ୍ତି । ଅନେକ ଥର ବିଧାୟିକା ପ୍ରମିଳାମଲ୍ଲିକଙ୍କୁ ମଧ୍ୟ ଗୁହାରୀ କରିଛନ୍ତି କିନ୍ତୁ ଫଳ ଶୂନ । ବିଧାୟିକା ଇଲେକ୍ସନ ବେଳେ ଆସନ୍ତି ଆଉ ପ୍ରତିଶୃତି ଦିଅନ୍ତି କିନ୍ତୁ କାର୍ଯ୍ୟ କିଛି ହେଉନାହିଁ । ସେଥିପାଇଁ ଆଜି ଗ୍ରାମବାସୀମାନେ ପ୍ରଶାସନ ଓ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଭିନବ ଉପାୟରେ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି