Masthead

ମରୁଭୂମିରେ ବରଫ!

ମରୁଭୂମିରେ ବରଫ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ପ୍ରକୃତରେ ଏହା ସତ୍ୟ । ଏଭଳି ଆଶ୍ଚର୍ଯ୍ୟକାରୀ ଦୃଶ୍ୟ ଦେଖିବାକୁ ମିଳିଛି ସାହାରା ମରୁଭୂମିରେ । ଜଳାବାୟୁର ଏପରି ଭୟଙ୍କର ପରିବର୍ତ୍ତନ ସାହାରା ମରୁଭୂମିରେ ଦେଖିବାକୁ ମିଳିଛି । ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ଜାନୁଆରୀ ମାସରେ ଦେଶର କିଛି ସ୍ଥାନରେ ବରଫ ପଡିବାର ଦେଖିବାକୁ ମିଳେ । କିନ୍ତୁ ଆଫ୍ରିକା ଓ ମଧ୍ୟ-ପୂର୍ବର ମରୁଭୂମିରେ ଏଭଳି ଦେଖିବାକୁ ମିଳିନଥାଏ । ହେଲେ ଏବର୍ଷ ସାହାରା ମରୁଭୂମିରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଫଟୋଗ୍ରାଫର କରିମ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

 

View this post on Instagram

 

A post shared by Karim Bouchetata (@kaaarimo)

ସାଧାରଣତଃ ଉତ୍ତର ଆଫ୍ରିକାର ଅଧିକାଂଶ ସ୍ଥାନ ସାହାରା ମରୁଭୂୂମି ଦ୍ୱାରା ଆଚ୍ଛାଦିତ ହୋଇଥାଏ ।ଏଠାରେ ତାପମାତ୍ରା ସର୍ବଦା ଅଧିକା ଥାଏ । ଗଣମାଧ୍ୟମ ସଂସ୍ଥାରୁ ଜଣାପଡିଛି ଯେ ,୫୦ ବର୍ଷ ପରେ ଜଳବାୟୁରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି । ବରଫ ମରୁଭୂମିରେ ଲୋକମାନେ ଫଟୋ ଉଠାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାସହ ସାଉଦି ଆରବରେ ମଧ୍ୟ ତାପମାତ୍ରା କମିଥିବାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ