Masthead

୧୨ ହତ୍ୟା ଅଭିଯୁକ୍ତ ଗିରଫ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଯୁବକଙ୍କୁ ଗଳାକାଟି ଜଙ୍ଗଲରେ ଫିଙ୍ଗିଦେବା ଘଟଣାରେ ଜୁଜୁମୁରା ପୋଲିସ ୧୨ ଜଣକୁ ଗିରଫ କରି କୋର୍ଟ ଚାଳାଣ କରିଛି । ଜୁଜୁମୁରା ଥାନା ବାନ୍ଦେର ସଂରକ୍ଷିତ ଜଙ୍ଗଲର କବାଟ ଦୁଆର ଅଂଚଳରୁ ଶୁକ୍ରବାର ଧଧୋଲୋମୁଣ୍ତା ଗ୍ରାମର ନିଲାମ୍ଵର ବନଛୋରଙ୍କ ଗଳାକଟା ଶବ ଉଦ୍ଧାର ହୋଇଥିଲା । ଜଙ୍ଗଲରେ ଜୀବଜନ୍ତୁଙ୍କ ଶୀକାର ପାଇଁ ବେଆଇନ ଭାବେ ସ୍ଥାନୀୟ ଅଂଚଳର ଶିକାରୀ ବିଦ୍ୟୁତ୍ ତାର ଲଗାଇଥିଲେ । ଏହାର ସଂସ୍ପର୍ଶରେ ନିଲାମ୍ବର ଆସିଥିଲେ । ଏହାକୁ ଲୁଚାଇବାକୁ ଯାଇ ଧାରୁଆ ଅସ୍ତ୍ରରେ ନିଲାମ୍ବରଙ୍କ ଗଳାକାଟି ଜଙ୍ଗଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଜୁଜୁମୁରା ପୋଲିସ ଶୁକ୍ରବାରଠୁ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ସମ୍ପୃକ୍ତ ଥିବା ବ୍ରାହ୍ମଣୀପାଲିର ଗାଁର ୧୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ