Masthead

ଏସପି ଅଫିସ କଡ଼ରୁ ୩ଲକ୍ଷ ଲୁଟ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ସହରରେ ପୁଣି ସକ୍ରିୟ ହୋଇଛନ୍ତି କଳା ପଲସର ଲୁଟେରା ଗ୍ୟାଙ୍କ । ସମ୍ବଲପୁର ସହରର ଏସପି ଅଫିସଠାରୁ ୧୦୦ ମିଟର ଦୂର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରୁ ୩ ଲକ୍ଷ ଟଙ୍କା ଭତ୍ତି ବ୍ୟାଗ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି ।  ଏନେଇ ଟାଉନ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଲୁଟେରାଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିିଛି। ଗୁରୁବାର ଦିନ ୨.୩୦ ମିନିଟ ସମୟରେ ସମ୍ବଲପୁର କୋଟର ଷ୍ଟାମ୍ପଭେଣ୍ଡର ଘନସ୍ୟାମ ସୁପକାର ଏକ ବ୍ୟାଗ୍ ରେ ୩ ଲକ୍ଷ ଟଙ୍କା ଭତ୍ତି କରି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାକୁ ଜମା କରିବାକୁ ଆସିଥିଲେ । ବ୍ୟାଙ୍କ ବାହାରେ ଗାଡି ରଖି ଭିତରକୁ ଯାଉଥିବା ସମୟରେ ୨ ଜଣ ଲୁଟେରା ଏକ କଳା ପଲସରରେ ଆସି ଆଖି ପିଜୁଳାକେ ଟଙ୍କା ଭତ୍ତି ବ୍ୟାକ ଲୁଟନେଇଥିଲେ । ଲୁଟେରାମାନେ ମହାନଦୀର ଦ୍ୱିତୀୟ ବ୍ରିଜ ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଲୁଟେରାଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ