Masthead

ଧରା ପଡ଼ିଲେ ମାଙ୍କଡ଼ା ପଥର ଚୋରା ଚାଲାଣକାରୀ

ଓଡଗାଁ (ବଡ଼ ଖବର ବ୍ୟୁରୋ ) ଦୀର୍ଘ ବର୍ଷର ନୀରବତା ପରେ ମାଙ୍କଡା ଚୋର ଧରିବାକୁ ପ୍ରଶାସନର ତତ୍ପର ହୋଇଉଠିଛି । ବର୍ଷ ବର୍ଷଧରି ବିନା ନିଲାମରେ ଓଡଗାଁ ତହସିଲ ଅଧୀନରେ ଚାଲିଥିବା ମାଙ୍କଡ଼ା ଖଣିକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି । ରାଜନୈତିକ ପ୍ରୋତ୍ସାହନରେ ସବୁ ଚାଲିଥିବା ଅଭିଯୋଗ ହେଉଛି । ଯେଉଁ ତହସିଲଦାର ଏସବୁରେ ରାଜି ନହୁଅନ୍ତି ସୋମନଙ୍କୁ ବଦଳି କରାଯାଉଥିବାର ନଜିର ମଧ୍ୟ ରହିଛି ।

ରବିବାର ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ନିର୍ଦ୍ଦେଶରେ କୋମଣ୍ଡ ଖଣିରେ ଚଢ଼ାଉ କରାଯାଇଥିଲା । କୋମଣ୍ଡ ଓ କରଡ଼ାଶାସନର ଗୋଟିଏ ଜେସିବି ଓ ଦୁଇଟି ହାଇୱା ହ୍ରାଇଭର ରାଜସ୍ୱ କର୍ମଚାରୀଙ୍କୁ ଧକ୍କା ମାରି ଗାଡ଼ି ନେଇ ଫେରାର ହୋଇଯାଇଥିଲେ । ଥାନାରେ ଅଭିଯୋଗ ହେବା ପରେ ପୋଲିସ କରଡ଼ାଶାସନରୁ ଆନନ୍ଦ ପ୍ରଧାନଙ୍କ ଜେସିବି ଜବତ କରିବା ସହିତ ସୁଶାନ୍ତ ପ୍ରଧାନଙ୍କୁ ଗିରଫ କରିଛି । ମଙ୍ଗଳବାର ପୋଲିସ ପାଟ୍ରୋଲିଂ ବେଳେ ଏସଆଇ ସ୍ନେହଲତା ପ୍ରଧାନ ରଙ୍ଗଣୀପାଟଣା ଗ୍ରାମର ଶରତ ସାହୁଙ୍କୁ ଗିରଫ କରିବା ସହ ମାଙ୍କଡ଼ା ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ଓ ଯୁଗଳ କିଶୋର ନାୟକ ସୂଚନା ଦେଇଛନ୍ତି । ଅନ୍ୟ ହାଇୱା ଓ ଜେସିବି ଜବତ କରିବା ସହିତ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା