Masthead

ଏଲଆଇସି ପଲିସିଧାରୀଙ୍କୁ ଝଟକା

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଏଲଆଇସି ପଲିସିଧାରୀଙ୍କୁ ବଡ଼ ଝଟକା । ପଲିସି ଲପରେ ମିଳିବ ନାହିଁ ଟ୍ୟାକ୍ସ ରିହାତି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ଶେୟାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ଗୌତମ ଅଦାନୀଙ୍କ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିରୋଧୀ କଂଗ୍ରେସ ଆକ୍ରମଣ କରିବାରେ ଲାଗିଛି । ଏହି ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଜୀବନ ବୀମା କମ୍ପାନୀ ଏଲଆଇସିର ପଲିସି ଷ୍ଟାଟସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ପୂର୍ବରୁ କେନ୍ଦ୍ର ସରକାର ଏଲଆଇସି ପଲିସିଧାରୀଙ୍କୁ ମୋଟା ଅଙ୍କର ରିହାତି ଫାଇଦା ଦେଉଥିଲେ । ମାତ୍ର ଏବେ ନିୟମରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ଫଳରେ ଏଲଆଇସି ପଲିସି ନେବା ପରେ ଏଣିକି ଗ୍ରାହକଙ୍କୁ ଟ୍ୟାକ୍ସ ପଇଠ କରିବାକୁ ପଡ଼ିବ । ୫ ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ ଯୁକ୍ତ ପଲିସିର ମାଚ୍ୟୁରିଟି ଉପରେ ଏଣିକି ଟ୍ୟାକ୍ସ ପ୍ରଦାନ କରିବାକୁ ପଡ଼ିବ । ଅର୍ଥାତ ଏବେ ଯଦି କୌଣସି ବ୍ୟକ୍ତି ଟ୍ୟାକ୍ସ ବଞ୍ଚାଇବା ପାଇଁ ଏଲଆଇସି ପଲିସି ନେଉଛନ୍ତି ତେବେ ଆଗାମୀ ଦିନରେ ସେ ଏହାକୁ ନେବା ବନ୍ଦ କରିଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି