Masthead

ସନ୍ୟାସ ନେବା କଥାକୁ ଖାରଜ କଲେ ସୋନିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋନିଆ ଗାନ୍ଧୀଙ୍କୁ ନେଇ ଆସିଛି ଏବ ବଡ଼ ଖବର । ରାଜନୀତିରୁ ସନ୍ୟାସ ନେବା କଥାକୁ କରିଛନ୍ତି ଖାରଜ । ଯାହା ଜାତୀୟ ଗଣମାଧ୍ୟମ ଖବରରେ ରେ ପ୍ରକାଶ ପାଇଛି । ଏନେଇ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି । ଅଳକା କହିଛନ୍ତି, ଗଣମାଧ୍ୟମରେ ରାଜନୀତିରୁ ସନ୍ୟାସ ନେବା ନେଇ ଯେଉଁ ଖବର ପ୍ରକାଶିତ ହୋଇଥିଲା ତାହାକୁ ନେଇ ସେ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସୋନିଆ କହିଥିଲେ, ନା ମୁଁ କେବେ ରାଜନୀତିରୁ ସନ୍ୟାସ ନେଇଥିଲି ନା ଆଗକୁ ନେବି ।

ଗତକାଲି ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଲେ ସୋନିଆ ଗାନ୍ଧୀ । କଂଗ୍ରେସର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଥିଲେ, ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ସମାପ୍ତ ହୋଇପାରେ, ଯାହା କଂଗ୍ରେସ ପାଇଁ ଏକ ଟର୍ଣିଂ ପଏଣ୍ଟ ହୋଇପାରେ।’ ୨୦୦୪ ଏବଂ ୨୦୦୯ ରେ ଆମର ବିଜୟ ଡ. ମନମୋହନ ସିଂଙ୍କ ଦକ୍ଷ ନେତୃତ୍ୱ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଛି କିନ୍ତୁ ମୋତେ ଅଧିକ ଖୁସି ଦେଉଛି ଯେ ମୋର ଇନିଂସ ଭରତ ଯୋଡୋ ଯାତ୍ରାର ସଫଳତା ସହିତ ଶେଷ ହୋଇପାରେ । ପରେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ସୋନିଆ ତାଙ୍କ ଆସନ ଝିଅ ପ୍ରିୟଙ୍କାଙ୍କ ପାଇଁ ଛାଡି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ