Masthead

ଫଳାଫଳ ଏକ୍‌ଜିଟ୍‌ ପୋଲ ସହିତ ସମ୍ପୂର୍ଣ୍ଣ ବିପରୀତ ହେବ: ସୋନିଆ ଗାନ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜୁନରେ ଆସିବାକୁ ଯାଉଛି ନିର୍ବାଚନ ରେଜଲ୍ଟ । ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ସର୍ଭେ ଏଜେନ୍ସିର ଏକଜିଟ୍ ପୋଲକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ଏକ୍‌ଜିଟ୍‌ ପୋଲ ସହିତ ସମ୍ପୂର୍ଣ୍ଣ ବିପରୀତ ହେବ।

ବାସ୍ତବରେ ବିରୋଧୀ ସଂଗଠନ ‘ଇଣ୍ଡିଆ’ ଦାବି କରୁଛି ଯେ, ଏହା ସର୍ବସାଧାରଣ ନିର୍ବାଚନ ପୋଲ୍‌ରେ ୨୯୫ଟି ଆସନ ପାଇଛି। ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି କଥାକୁ ଦୋହରାଇଛନ୍ତି। ଆଜି ସୋନିଆ ଗାନ୍ଧୀ, କରୁଣାନିଧିଙ୍କ ଜନ୍ମ ଶତାବ୍ଦୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀ ସ୍ଥିତ ଡିଏମକେ ଅଫିସରେ ପହଞ୍ଚିଥିଲେ । ଯେଉଁଠି ତାଙ୍କୁ ଏକଜିଟ୍ ପୋଲ୍ ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନର ଉତ୍ତରରେ ସୋନିଆ କହିଥିଲେ, ବାସ୍ କେବଳ ଜୁନ୍ ୪ରେ ରେଜଲ୍ଟକୁ ଅପେକ୍ଷା କରନ୍ତୁ ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଏକଜିଟ୍ ପୋଲକୁ ନେଇ ପ୍ରତିକ୍ରିୟା ରଖିସାରିଛନ୍ତି । ପ୍ରକାଶ ପାଇଥିବା ଏକଜିଟ୍ ପୋଲକୁ ନେଇ ରାହୁଲଙ୍କୁ ପ୍ରଶ୍ନ ପଚାରିବା ପରେ, ସେ ଏହାକୁ ଏକଜିଟ୍ ପୋଲ୍ ନକହି ଫାଣ୍ଟାସି ପୋଲ୍ ବୋଲି କହିଥିଲେ । ଏଥିସହିତ ଏଥର ଇଣ୍ଡିଆ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଥିଲେ ରାହୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର