Masthead

ପାୱାର ଚ୍ୟାନେଲକୁ ଡେଇଁ ନିଖୋଜ ଛାତ୍ରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ପାୱାର ଚ୍ୟାନେଲକୁ ଡେଇଁଲେ ଭିସୁଟ୍ ଛାତ୍ରୀ । ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ରାତି ୧୦ଟାରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଡେଇଁପଡ଼ିଛନ୍ତି । ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚ୍ୟାନେଲକୁ ଡେଇଁ ପଡ଼ିଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିପାରିନାହିଁ । ଆଜି ସକାଳେ ପୁଣି ଖୋଜାଖୋଜି ଆରମ୍ଭ କରାଯାଇଛି । କଳାହାଣ୍ଡି ଜିଲ୍ଲା ରାମପୁର ମଦନପୁର ନିବାସୀ ଚିନ୍ମୟୀ ପ୍ରିୟଦର୍ଶନୀ ଆଇଟି ବିଭାଗର ସ୍ନାତକ‌ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ।

ସମାବର୍ତ୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟକୁ ଆସିଥିଲେ। କୌଣସି କାରଣରୁ ଡିପ୍ରେସନରେ ଥିଲେ । ତାଙ୍କ ଜଣେ ସହପାଠୀ ଭୁବନେଶ୍ବର ବିଜେବି ନଗର ନିବାସୀ ପ୍ରୀତିମନ ଦେ’ଙ୍କ ସହିତ ସେ ପାୱାର ଚାନେଲ ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ପିସି ବ୍ରିଜ୍‌ ଉପରେ ବାଇକ୍‌ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ସେ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ !