Masthead

ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ୍‌ । ଶୁବମନ ଗିଲ୍ ଭାରତୀୟ ଦଳର ନୂଆ ଅଧିନାୟକ । ରିଷବ ପନ୍ତ ହେଲେ ଉପ-ଅଧିନାୟକ । ଟେଷ୍ଟ ଟିମ୍ ନାଁ ଘୋଷଣା କଲା ବିସିସିଆଇ । ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ଟିମକୁ ଫେରିଛନ୍ତି କରୁଣା ନାୟାର ।

ଜୟସ୍ବାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଟିମରେ ସିଲେକ୍ଟ ହୋଇଛନ୍ତି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ଘୋଷଣା କରିଛନ୍ତି।

ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଗିଲ ଏବେ ତାଙ୍କ ସ୍ଥାନ ନେଇଛନ୍ତି। ଜୁନ ମାସରେ, ଭାରତୀୟ ଦଳ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବାକୁ ଯାଉଛି। ଏହି ସମୟ ମଧ୍ୟରେ, ଗିଲ ଭାରତର ନୂତନ ଅଧିନାୟକ ଭାବରେ ଦାୟିତ୍ୱ ନେବେ। ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।

ବାଦ୍‌ ପଡ଼ିଲେ ସର୍ଫରାଜ, ହର୍ଷିତ ରାଣା । ଫେରିଲେ କରୁଣ ନାୟର । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଦଳକୁ ଫେରିଲେ କରୁଣ ନାୟର । ସେହ୍ବାଗ ପରେ ୨ୟ ଭାରତୀୟ ଭାବେ ଟେଷ୍ଟରେ ତ୍ରିଶତକ କରିଥିଲେ । କ୍ୟାରିୟର ତୃତୀୟ ଟେଷ୍ଟରେ ତ୍ରିଶତକ ସତ୍ତ୍ବେ ଦଳକୁ ଫେରି ନଥିଲେ । ୬ଟି ଟେଷ୍ଟ ଖେଳି ଷ୍ଟାରଙ୍କ ଭିଡ଼ ଭିତରେ ହଜି ଯାଇଥିଲେ ନାୟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ