Masthead

ଯଦି ଆଦିବାସୀଙ୍କ ପ୍ରତି ଦରଦ ଅଛି ପେସା ଆଇନ ଆଣି ଲାଗୁ କରନ୍ତୁ: ତାରା ବାହିନୀପତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଆଦିବାସୀ ମାରଣ ନୀତି । ଆଦିବାସୀଙ୍କ ଜମି ବନ୍ଧକ ରଖି ଋଣ ଆଣିବା ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରୁଛି । କିନ୍ତୁ ବିକ୍ରି କରିବା ପାଇଁ ହୋଇଥିବା ନିଷ୍ପତିକୁ ବିରୋଧ କରୁଛି ଦଳ । ଆଦିବାସୀଙ୍କ ଜମି କିଣିବା ପାଇଁ ଆନ୍ଧ୍ରରୁ ଦଲାଲମାନେ ଆସୁଛନ୍ତି । ଶହ ଶହ ଏକର ଜମି କୋରାପୁଟ ଜିଲ୍ଲାରେ ମାଡ଼ି ବସିଛନ୍ତି । ଏହାକୁ କଂଗ୍ରେସ ବିରୋଧ କରୁଛି । କେନ୍ଦ୍ର ସରକାର କଂଗ୍ରେସ ଶାସନ ସମୟରେ ପେସା ଆଇନ ପ୍ରଣୟନ କରିଥିଲେ ।

କିନ୍ତୁ ଓଡ଼ିଶା ସରକାର ପେସା ଆଇନ ଲାଗୁ କରୁନାହାନ୍ତି । ଯଦି ଆଦିବାସୀଙ୍କ ପାଇଁ ଦରଦ ଅଛି ତେବେ ପେସା ଆଇନ ଲାଗୁ କରନ୍ତୁ ରାଜ୍ୟ ସରକାର । ଓଡ଼ିଶାରେ ଆଦିବାସୀ ପୁଅ କିମ୍ବା ଝିଅଙ୍କୁ ବ୍ୟାଙ୍କ ଋଣ ଦେଉନାହିଁ । ତୁରନ୍ତ ପେସା ଆଇନ ଲାଗୁ କରିବା ପାଇଁ ଦାବି କରିଛି କଂଗ୍ରେସ । ଆଦିବାସୀ ଜମି ପ୍ରସଙ୍ଗକୁ ଘଣ୍ଟ ଘୋଡାଇବା ପାଇଁ ଜଣେ ଆଦିବାସୀ ବିଧାୟକଙ୍କୁ ଉପବାଚସ୍ପତି କରିଛି ବିଜେଡ଼ି ସରକାର । କଂଗ୍ରେସ ଆଦିବାସୀ ଉପବାଚସ୍ପତିଙ୍କୁ ସ୍ବାଗତ କରୁଛି । ଭୋଟ ପାଇଁ ରାଜ୍ୟ ସରକାର ସବୁ କରନ୍ତି । ଲୋକ ବୁଝି ସାରିଲେଣି ଏ ସରକାର ଆଉ ଚାଲିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି