ଇମ୍ଫାଲ (ବଡ଼ ଖବର ବ୍ୟୁରୋ): ମଣିପୁର ହିଂସାର ତଦନ୍ତ ପାଇଁ ଇଣ୍ଡିଆ ଟିମ୍ ମଣିପୁର ଗସ୍ତରେ ଅଛନ୍ତି। ତେବେ ସେମାନେ ରବିବାର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବା ଲାଗି ଇମ୍ଫାଲର ରାଜଭବନରେ ପହଞ୍ଚିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ସାମ୍ବାଦିକମାନଙ୍କ ସହ କଥା ହୋଇଛନ୍ତି।
ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି, ମଣିପୁରରେ ହୋଇଥିବା ହିଂସାକୁ ଅଣଦେଖା କରାଯାଇଛି। ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ସାଂସଦ ହିଂସା ପ୍ରଭାବିତ ମଣିପୁରର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି । କ୍ୟାମ୍ପରେ ଥିବା ଲୋକଙ୍କ ଦୁଃଖ ବୁଝିଛନ୍ତି । ସେମାନେ ସେଠାକୁ ରାଜନୀତି କରିବାକୁ ନୁହେଁ ବରଂ ସମାଧାନର ବାଟ ଖୋଜିବାକୁ ଆସିଛନ୍ତି ବୋଲି କହିଛନ୍ତି ।