Masthead

ଶିଶୁଙ୍କ ନାମ ‘ୟାଶ’

ରାଜନଗର/ ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ‘ୟାଶ’ ଆସିଲା ଚାଲିଗଲା । ଆଉ କରିଦେଇଗଲା ଅନେକ କ୍ଷୟକ୍ଷତି । ତେବେ ବାତ୍ୟା ସମୟରେ ଜନ୍ମଗ୍ରହଣ କରିଛନ୍ତି ଅନେକ ଶିଶୁ । ସେମାନଙ୍କ ମଧ୍ୟରୁ ଜନ୍ମଗ୍ରହଣ କରିଥିବା ଦୁଇ ନବଜାତକଙ୍କ ନାମକରଣ କରାଯାଇଛି ବାତ୍ୟା ‘ୟାଶ’ ନାଁରେ । ସେଥିମଧ୍ୟରୁ ଜଣେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ହରିଣ ପୋଖରୀ ଗାଁର ସୈାମ୍ୟରଞ୍ଜନ ବୈରାଗୀ ଓ ତାଙ୍କ ପତ୍ନୀ ସରସ୍ୱତୀ ନିଜ କନ୍ୟାର ନାଁ ‘ୟାଶ’ ରଖିଛନ୍ତି ।

 

ଅନ୍ୟଜଣେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରାଜନଗର ସଦର ବ୍ଲକ ପରଖି ଅଂଚଳର ବାଦଲ ମାଇତି ଓ ପତ୍ନୀ ସୋନାଲି ମାଇତି । ସେମାନେ ଏକ ପୁତ୍ର ସନ୍ତାନ ଲାଭ କରିଛନ୍ତି । ସେମାନେ ମଧ୍ୟ ନିଜ ପୁତ୍ରର ନାମ ରଖିଛନ୍ତି ‘ୟାଶ’ । ତେବେ ବାତ୍ୟା ସମୟରେ ରାଜନଗରରେ କେବଳ ୪ଜଣ ମହିଳା ସନ୍ତାନ ଜନ୍ମ କରିଛନ୍ତି । ଆଉ ବାଲେଶ୍ୱର ଓ ଭଦ୍ରକରେ ଗତକାଲି ମୋଟ ୯୧ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି