Masthead

ନୂଆଁଖାଇ ପାଇଁ ଚଳଚଞ୍ଚଳ ପଦ୍ମପୁର ସହର

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ନୂଆଁଖାଇ ପର୍ବ ପାଳନକୁ ନେଇ ଚଳଚଂଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ୧୧ ତାରିଖ ଦିନ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲୋକଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କରୋନା ସଂକ୍ରମଣ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ରାଜାରାଜୁଡା ସମୟରୁ ଚାଲି ଆସିଥିବା ନୂଆଁଖାଇ ପର୍ବକୁ କଟକଣା ମାନି ପାଳନ କରିବା ସହ ପରମ୍ପରାକୁ ବଜାୟ ରଖିବାକୁ ପଡିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶାବାସୀ ।

ଆସନ୍ତା ଶନିବାର ଦିନ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଆ ସମଲେଶ୍ୱରୀ ଓ ନୃସିଂହ ମହାପ୍ରଭୁଙ୍କ ନିକଟରେ ନବାହ୍ନ ଲାଗି ହେବା ପରେ ଜନସାଧାରଣ ନବାନ୍ନ ଗ୍ରହଣ କରିଥାନ୍ତି। ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଘରେ ପୂଜାର୍ଚ୍ଚନା କରିବା ସହ ନୂଆଁଖାଇ ପର୍ବ ପାଳନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ନୂଆଁଖାଇ ପର୍ବର ସେହି ଶୁଭ ମୁହୁର୍ତ୍ତକୁ ଲୋକେ ଅନାଇ ରହିଛନ୍ତି । ଏହି ସବୁ ମଧ୍ୟରେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଠପ ହୋଇ ପଡିଛି ସାଧାରଣ ଲୋକଙ୍କ ରୋଜଗାର।

ବରଗଡ ଜିଲ୍ଲା ପଦ୍ମପୁର ସହରରେ ଫିକା ପଡ଼ିଛି କପଡ଼ା ଦୋକାନ।ଲୋକେ ନୂଆଁଖାଇରେ ନୂଆ ସମ୍ବଲପୁରୀ ଶାଢୀ, କପଡ଼ା କିଣି ଥାନ୍ତି ଓ ସପରିବାର ନୂଆଖାଇରେ ନୂଆ କପଡ଼ା ପିନ୍ଧିଥାନ୍ତି । ହେଲେ ଚଳିତ ବର୍ଷ କୋରୋନା କଟକଣା ପାଇଁ କପଡ଼ା ଦୋକାନ ଫିକା ପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !