Masthead

ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ସିବିଆଇ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଢୁଛି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ । ଯାହାକି ଥମିବାରେ ନା ନଉନି । ଆଜି ନାଗପୁର ସ୍ଥିତ ତାଙ୍କ ଘରେ ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି । ଏହା ସହ ତାଙ୍କ ପୁଅ ସଲିଲ ଦେଶମୁଖଙ୍କୃୁ ମଧ୍ୟ ପୋଲିସ ଗିରଫ ୱାରେଣ୍ଟି ଜାରି କରିଛି । ଆଜି ସକାଳେ ହିଁ ତାଙ୍କ ଘରେ ସିବିଆଇ ଚଢାଉ କରିଥିଲା । ନାଗପୁରସ୍ଥିତ ଅନୀଲ ଦେଶମୁଖଙ୍କ ଘରେ ୬ରୁ ୭ ଜଣ ସିବିଆଇ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି ।

ପୂର୍ବରୁ ମଧ୍ୟ ସିବିଆଇ ଅନୀଲ ଦେଶମୁଖଙ୍କ ପୈତୃକ ଘରେ ପହଞ୍ଚିଥିଲା । କିନ୍ତୁ ସେଠି ମଧ୍ୟ ଅନୀଲ ଦେଶମୁଖଙ୍କ କୌଣସି ଖୋଜଖବର ନଥିଲା । ସେ ପୂର୍ବରୁ ମନି ଲଣ୍ଡ୍ରିଂ ମାମଲା ଏବଂ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ମାମଲାରେ ଇଡି ସିବିଆଇ ଯାଞ୍ଚ ଜାରି ରଖିଛି । ଗତ ସପ୍ତାହରେ ମୁମ୍ବାଇର ମେଟ୍ରୋପଲିଟାନ କୋର୍ଟ ଅନୀଲ ଦେଶମୁଖଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ନୋଟିସ ଜାରି କରି ୧୬ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଡି ତରଫରୁ କୁହାଯାଇଥିଲ ଯେ , ଅନୀଲ ଦେଶମୁଖଙ୍କୁ ୪ଟି ପୃଥକ ପୃଥକ ଦିନରେ ଡକାଯାଇଥିଲା । କିନ୍ତୁ ଦେଶମୁଖ ଏହାକୁ ଏଡାଇ ଦେଇ ଇଡିରେ ହାଜର ହୋଇନଥିଲେ । ତେଣୁ ଆଜି ଅନୀଲ ଦେଶମୁଖଙ୍କ ବିରୋଧରେ ୱାରେଣ୍ଟ ନେଇ ସିବିଆଇ ଟିମ ତାଙ୍କ ଘରେ ପହଞ୍ଚିଥିଲା । ସୂଚନା ଅନୁଯାୟୀ ପୂର୍ବରୁ ଅନୀଲ ଦେଶମୁୁଖ ମହାରାଷ୍ଟ୍ରରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବା ମମାଲାରେ ଫସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା