Masthead

କଂଗ୍ରେସ କୌଣସି କଲ୍ୟାଣମୂଳକ କାର୍ଯ୍ୟ କରେ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ପ୍ରଚାର ପାଇଁ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । ସେପଟେ ବିମାନବନ୍ଦରରୁ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଅନ୍ୟପଟେ ଏକ ସଭାରେ ଉଦବୋଧନ ଦେଇ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଉତ୍ତରପ୍ରଦେଶରେ ବିକାଶ ଆରମ୍ଭ ହୋଇଛି । ତାଙ୍କୁ ସମର୍ଥନ କରନ୍ତୁ । ଯେପରି ଉତ୍ତରାଖଣ୍ଡର ଲୋକମାନେ ଆଗମୀ ସମୟରେ ଭୁଲ ନିଷ୍ପତ୍ତି ନେବା ଉଚିତ ନୁହେଁ । ଉତ୍ତଳରାଖଣ୍ଡବାସୀ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସ କରନ୍ତୁ ।

ଏବଂ ପୁଷ୍କର ସିଂହ ଧାମିଙ୍କୁ ସୁଯୋଗ ଦିଅନ୍ତୁ । ଖୁବଶୀଘ୍ର ଉତ୍ତରାଖଣ୍ଡକୁ ଆମେ ଏକ ବିକାଶଶୀଳ ରାଜ୍ୟ ଭାବରେ ପରିଣତ କରିଦେବୁ ବୋଲି ଗୃହମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ଆମେ ଗୋଟିଏ ମାଠିଆ କିଣୁ ତାହାଲେ ଆମେ ଏହାକୁ ଭଲ ଭାବରେ ଚେକ କରିଥାଉ । ଏଇଠି ତ ମୁଖ୍ୟମନ୍ତ୍ରୀଙ୍କ କଥା ଉଠୁଛି । ତେଣୁ କେଉଁ ସରକାର ବାଛିବେ, ଆପଣ ମଧ୍ୟ ଏହାର ଚେକ କରିବା ଆବଶ୍ୟକ । ନହେଲେ ଦେଶରେ ଏଭଳି ରାଜନୈତିକ ଦଳ ଅଛନ୍ତି ଯେଉଁମାନେ କେବଳ ପବନରେ ହିଁ କଥା କହିଥାନ୍ତି । କାହିଁକିନା କଂଗ୍ରେସ କେବଳ ଶାନ୍ତ କରେ । ହେଲେ କୌଣସି କଲ୍ୟାଣମୂଳକ କାର୍ଯ୍ୟ କରେ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ