Masthead

ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ଯାଜପୁର (ବଡ଼ ଖବର ବ୍ୟୁରୋ): ସାଥୀ ହୋଇ ଘର ସଂସାର କରିଥିଲେ । ସାଥୀ ହୋଇ ଦୁନିଆ ଛାଡିଲେ । ସାଥୀ ହୋଇ ଗୋଟିଏ ରୋଗରେ ଗୋଟିଏ ମେଡିକାଲରେ ଦମ୍ପତି ମୃତ୍ୟୁବରଣ କଲେ । ଏଭଳି ଦୁଖଃଦ ଘଟଣା ଘଟିଛି ଯାଜପୁର ସଦର ଥାନା ମହେଶ୍ବର ପଂଚାୟତର ଜୟିପୁର ଗ୍ରାମରେ । ସୂଚନା ଅନୁସାରେ ଗ୍ରାମର ଉଦୟନାଥ ଷଡଙ୍ଗୀ ହରିପୁରରେ କରିଥିବା ହାର୍ଡୱାର ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ହଠାତ ବାଟରେ ଅଚେତ ହୋଇଯାଇଥିଲେ ।

ସ୍ଥାନୀୟଲୋକଙ୍କ ସହାୟତାରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଏକଥା ଶୁଣି ତାଙ୍କ ପତ୍ନୀ ଅମ୍ବିକା ଷଡଙ୍ଗୀ ମଧ୍ୟ ଅଚେତ ହେବାରୁ ତାଙ୍କୁ ବି କଟକ ନିଆଯାଇଥିଲା । ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଉଭୟେ ହୃଦଘାତରେ ପ୍ରାଣ ହାରିଥିଲେ । ପରିବାର ଓ ଗ୍ରାମବାସୀଙ୍କ ସହ ବ୍ୟବସାୟି ସଂଘ ମିଶି ଖରସ୍ରୋତା ନଦୀ କୂଳରେ ଗୋଟିଏ ସ୍ଥାନରେ ଉଭୟଙ୍କ ଶବ ସତ୍କାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ