Masthead

ଏକଜିଟ ପୋଲ ଦେଖାଇଲା ଫାଇନାଲ ମ୍ୟାଚର ଟ୍ରେଲର!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକଜିଟ ପୋଲ । ୫ଟି ରାଜ୍ୟର ସେମିଫାଇନାଲରୁ ମିଳୁଛି ୮ଟି ବଡ଼ ସଙ୍କେତ । ଦେଶର ପାଞ୍ଚଟି ରାଜ୍ୟର ନିର୍ବାଚନର ଫଳାଫଳ ଆସନ୍ତା ୩ ଓ ୪ରେ ପ୍ରକାଶ ପାଇବା । ତା’ ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । କିଛି ରାଜ୍ୟରେ କ୍ଷମତାସୀନ ସରକାର କାଏମ୍ ରହିବ ଓ ଅନ୍ୟ କିଛି ରାଜ୍ୟରେ ସରକାର ପରିବର୍ତ୍ତନ ହେବାର ଆଭାସ ମିଳିଛି । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିଛି । ୨୦୨୪ ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଅଛି । ଏହି ରାଜ୍ୟଗୁଡ଼ିକରେ କଂଗ୍ରେସ ଯେଉଁସବୁ ପ୍ରସଙ୍ଗକୁ ଅସ୍ତ୍ର କରି ରଣାଙ୍ଗନକୁ ଓହ୍ଲାଇଥିଲା, ସେଥିରେ ଯଦି ବିଫଳ ହୁଏ ତେବେ ଫାଇନାଲରେ କ’ଣ ପ୍ରସଙ୍ଗ କରିବ ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଯଦି ସଫଳତା ହାସଲ କରେ ତେବେ ତାହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ତେବେ ଏଗଜିଟ ପୋଲ ତଥ୍ୟ ମୁତାବକ, ମଧ୍ୟପ୍ରଦେଶରେ ଶ୍ରମିକ ବର୍ଗର ସର୍ବାଧିକ ୪୫ ପ୍ରତିଶତ ଭୋଟ ବିଜେପି ଖାତାକୁ ଯାଇପାରେ । ସେହିପରି ରାଜସ୍ଥାନରେ ମଧ୍ୟ ଶ୍ରମିକ ବର୍ଗର ୪୪ ପ୍ରତିଶତ ଭୋଟ ବିଜେପି ପାଇପାରେ । ଛତିଶଗଡ଼ରେ କଂଗ୍ରେସ ଆଗରେ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ୩ଟି ରାଜ୍ୟରେ ଗରିବଙ୍କ ଭୋଟ ବିଜେପି ଖାତାକୁ ଯିବ । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମହିଳାଙ୍କ ଭୋଟ ବିଜେପି ଅଧିକ ପାଇବ ଓ ରାଜସ୍ଥାନରେ କଂଗ୍ରେସକୁ ଏହି ଭୋଟ ଅଧିକ ମିଳିବ । ତେଲେଙ୍ଗାନାରେ କଂଗ୍ରେସକୁ ଅଧିକ ମହିଳା ଭୋଟ ମିଳିବ । ଦେଶରୁ ୧୦ କୋଟିରୁ ଅଧିକ କିଷାନ ପରିବାର ରହିଥିବା ବେଳେ ଏହି ଭୋଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ମଧ୍ୟପ୍ରଦେଶର ୪୪ ପ୍ରତିଶତ କୃଷକ ବିଜେପି ସହିତ ଓ ୪୪ ପ୍ରତିଶତ କୃଷକ କଂଗ୍ରେସ ସହିତ ରହିଛନ୍ତି ।

ରାଜସ୍ଥାନରେ କଂଗ୍ରେସ ଆଗରେ ରହିଛି । ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସକୁ ଅଧିକ କୃଷକଙ୍କ ଭୋଟ ମିଳିବ । କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ ସରକାର ଗଠନ କରିବା ପରେ ପୁଣି ୩ଟି ରାଜ୍ୟରେ ସରକାର ଗଠନ କରିବା ପାଇଁ କଂଗ୍ରେସ ପାଇଁ ସୁଯୋଗ ରହିଛି । ଏହି ରାଜ୍ୟଗୁଡ଼ିକରେ କଂଗ୍ରେସ-ବିଜେପି ଟକ୍କର ଦେଖିବାକୁ ମିଳୁଛି । ଏହି ୫ଟି ରାଜ୍ୟରୁ ୮୩ଟି ଲୋକସଭା ଆସନ ଆସୁଛି । ଏହି ରାଜ୍ୟଗୁଡ଼ିକରେ ବିଜେପିର ଭୋଟ ହାର ବଢ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା