Masthead

ବର୍ଷର ପ୍ରଥମ ମୁଣ୍ଡ ନେଲା ଡେଙ୍ଗୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ । ଚଳିତବର୍ଷ ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ଡେଙ୍ଗୁ । ସୋମବାର ଜଣେ ଯୁବତୀ କିମ୍ସ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ସପ୍ତାହେରୁ ଅଧିକ ଦିନ ଧରି ସେ ଅସୁସ୍ଥ ଥିଲେ । ଯୁବତୀ ଜଣଙ୍କ ଶୈଳଶ୍ରୀବିହାର ଅଞ୍ଚଳର । ତେବେ ଡେଙ୍ଗୁ ମୃତ୍ୟୁ ନେଇ ବିଏମ୍‌ସି କିମ୍ବା ମେଡିକାଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଶୈଳଶ୍ରୀବିହାର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତିନି ସପ୍ତାହରୁ ଅଧିକ ଦିନ ହେଲା ଏହି ଅଞ୍ଚଳରେ ଡେଙ୍ଗୁ କାୟା ମେଲାଇ ଚାଲିଥିଲେ ମଧ୍ୟ ଏହାକୁ ରୋ‌କିବାରେ ପ୍ରଶାସନ ବିଫଳ ହେଇଛି।

ଏଭଳି ସମୟରେ ଜଣଙ୍କର ମୃତ୍ୟୁ ହେବା ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସୂଚନା ଅନୁସାରେ, ଯୁବତୀଙ୍କୁ ପ୍ରବଳ ଜ୍ବର ସହ ଥଣ୍ଡା ଲାଗି ରହିଥିଲା। ତାଙ୍କଠାରେ ଡେଙ୍ଗୁର ସମସ୍ତ ଲକ୍ଷଣ ଦେଖା ଦେବାରୁ ପରିବାର ଲୋକେ ଦୁଇଥର ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ସୋମବାର ସେ ଶୈଳଶ୍ରୀବିହାରରେ ଥିବା ଏକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ଡେଙ୍ଗୁ ପରୀକ୍ଷା କରାଇଥିଲେ। ସେଠାରେ ତାଙ୍କ ରିପୋର୍ଟ ପଜେଟିଭ୍‌ ଆସିବା ପରେ ବିଳମ୍ବିତ ରାତିରେ ପରିବାର ଲୋକ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ପରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀ ଜଣକ ପ୍ରାଣ ହରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି