Masthead

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଇଂରାଜୀ ପରୀକ୍ଷା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଲେ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା । ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୪ ଥର କାମ କରିସାରିଥିଲେ ମଧ୍ୟ ଆଜି ଯାଏ ୧୦ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇନଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା ।

ତେବେ ଜେଲରୁ ଫେରିବା ପରେ ସେ ଦଶମ ଶ୍ରେଣୀ ଇଂରାଜୀ ପରୀକ୍ଷା ଦେଇଛନ୍ତି । ସିର୍ସାରେ ଥିବା ଆର୍ଯ୍ୟ କନ୍ୟା ସିନିୟର ସେକେଣ୍ଡାରୀ ସ୍କୁଲରେ ପରୀକ୍ଷା ଦେବାପରେ ଏହି ଘଟଣା ସାମ୍ନାକୁ ଆସିଲା । ତେବେ ୮୬ ବର୍ଷୀୟ ଓମ ପ୍ରକାଶ ପରୀକ୍ଷା ଦେବାବେଳେ ଉତ୍ତର ଗୁଡିକ ନିଜ ହାତରେ ଲେଖିନାହାନ୍ତି । ତାଙ୍କ ହାତ ଭାଙ୍ଗି ଯାଇଥିଲା । ତେବେ ଆଉ ଜଣଙ୍କ ଦ୍ୱାରା ଉତ୍ତର ଲେଖାଯାଉ ବୋଲି କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ଅନୁମତି ଦେଇଥିଲେ । ୨ ଘଣ୍ଟା ଉତ୍ତର ଲେଖିବାପରେ ଓମ ପ୍ରକାଶ କେନ୍ଦ୍ର ଛାଡିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ