Masthead

କାଲିଠୁ ହେବ ନାଟମଣ୍ଡପ ମରାମତି, ୧୨୦ ଦିନରେ କାମ ସାରିବ ଏଏସଆଇ

କଟକ(ବଡ଼ ଖବର ବ୍ୟୁରୋ): ନାଟମଣ୍ଡପ, ଜଗମୋହନ ମରାମତିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ । ଗୁରୁବାରଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି କାମ । ଏଏସଆଇକୁ ନିଦେ୍ର୍ଦଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ମରାମତି ପାଇଁ ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ । ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ମରାମତି କାମ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରି । ଡିସେମ୍ବର ୪ରେ ପରବର୍ତ୍ତି ଶୁଣାଣି । ଦୀର୍ଘ ଦିନ ଧରି କେସ୍ ରହିଥିବା ବେଳେ ଆଜି ଶୁଣାଣି ବେଳେ ବିରକ୍ତ ପ୍ରକାଶ କରିଥିଲେ କୋର୍ଟ । ଗୁରୁବାରଠୁ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ୬ ଘଣ୍ଟା ଲେଖାଏଁ କାମ ୧୨୦ ଦିନରେ କାମ ସାରିବା ନେଇ ଏଏସଆଇ ଦାଖଲ କରିଥିବା ଆଫିଡେଭିଡରେ ଦର୍ଶାଇଛି । ଜାନୁଆରୀ ୨୪ରୁ ନାଟମଣ୍ଡପର କାମ ଆରମ୍ଭ କରିବା ନେଇ ଏଏସଆଇ ଦାଖଲ କରିଥିବା ଅଫିଡେଭିଡରେ ଦର୍ଶାଇଥିଲା । କାର୍ତ୍ତିକ ମାସ ଏବଂ ଶ୍ରୀମନ୍ଦିର ଚାରିପଟେ ପ୍ରକଳ୍ପ କାମ ଚାଲିଥିବାରୁ ନାଟମଣ୍ଡପ କାମରେ ବାଧା ସୃଷ୍ଟି ହେବା ଦର୍ଶାଇ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ କହିଥିଲା ଏଏସଆଇ । କିନ୍ତୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି ନଭେମ୍ବର ୧୬ତାରିଖରୁ ହିଁ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି