Masthead

ମନୋଜ ଦାସଙ୍କ ଫଟୋକୁ ବିକୃତ କରି ବିବାଦରେ ଶିଶୁଲେଖା

ସର୍ବସାଧାରଣରେ କ୍ଷମାପ୍ରାର୍ଥନା ସହ ପତ୍ରିକାକୁ ବାଜ୍ୟାପ୍ତି ଦାବି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚଳିତ ମାସ ଓଡିଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ‘ଶିଶୁଲେଖା’ ପତ୍ରିକାଟି ସମ୍ପୂର୍ଣ୍ଣ ଭାବେ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କ ଉପରେ ସମର୍ପିତ ହୋଇଛି । ଏହା ନିଶ୍ଚିତ ରୂପେ ମନୋଜ ଦାସଙ୍କ ପାଠକଙ୍କୁ ଆନନ୍ଦିତ କରିବା କଥା । କିନ୍ତୁ ମର୍ମାହିତ କରିଛି । କାରଣଟି ଏହି ପତ୍ରିକାଟିରେ ମନୋଜ ଦାସଙ୍କ ଫଟୋକୁ ବିକୃତ କରି ପ୍ରକାଶିତ କରାଯାଇଛି । ଜଣେ ଯୁଗଜନ୍ମା ସାଧକଙ୍କ ଫଟୋକୁ କମ୍ପ୍ୟୁଟର ଜରିଆରେ ସମ୍ପାଦନା(ଏଡିଟ) କରି କଦର୍ଯ୍ୟ କରାଯାଇଛି । ଆପଣମାନେ ମୂଳ ଫଟୋ ଓ ବିକୃତ କରାଯାଇଥିବା ଫଟୋଟି ଏହି ପୃଷ୍ଠାରେ ଦେଖିପାରୁଥିବେ ।

ଏ ଘଟଣାଟି ମନୋଜ ସାହିତ୍ୟ ପ୍ରେମୀଙ୍କୁ ଭାବାବେଗକୁ କୁଠାରଘାତ କରିଛି । ଶତାଧିକ ପାଠକ, ପାଠିକା ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତୁରନ୍ତ ‘ଶିଶୁଲେଖା’ର ଏହି ବିଶେଷାଙ୍କକୁ ବାଜ୍ୟାପ୍ତି କରିବା ସହ ପୁଣି ସଂଶୋଧିତ ସଂଖ୍ୟା ପ୍ରକାଶ କରିବା ଓ ସମ୍ପାଦକ ସର୍ବସାଧାରଣ ମଞ୍ଚରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି ହେଉଛି ।

ସାସ୍ୱତୀ ପଟ୍ଟନାୟକ ନାମକ ଜଣେ ପାଠିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ୍ କରି ତୁରନ୍ତ ‘ଶିଶୁଲେଖା’ର ପ୍ରସାରଣ ବନ୍ଦ କରିବା ସହ ଯିଏ ଉତ୍ତରଦାୟୀ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେପଟେ ଆଉ ଜଣେ ପାଠିକା ସୁଷମା ତ୍ରିପାଠୀ କ୍ଷୁବ୍ଧ ହୋଇ ଲେଖିଛନ୍ତି ଯେ, ମନୋଜ ଦାସଙ୍କ ଫଟୋକୁ ବିକୃତ କରି ଛପାଯିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି। ପାଠକ ସମୀର ରଞ୍ଜନ ଦାସ, ସୁଦର୍ଶନ ଦାସ, ରବିନାରାୟଣ ସେନାପତି, ତ୍ରୈଲୋକ୍ୟନାଥ ବେହେରାଙ୍କ ସମେତ ଶହ ଶହ ପାଠକ ସେମାନଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ପ୍ରସଙ୍ଗକୁ କିଛି ଦିନ ବିତିଗଲାଣି ହେଲେ, ସମ୍ପାଦକ କିମ୍ବା ସମ୍ପାଦନ ମଣ୍ଡଳୀ ପକ୍ଷରୁ ବିଧିବଦ୍ଧ ଭାବେ ଏ ପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି । ପ୍ରସାରଣ ସଂଖ୍ୟାକୁ ଏ ପର୍ୟ୍ୟନ୍ତ ରୋକାଯାଇନି । ଯାହାକି ସମସ୍ତଙ୍କୁ ଅଧିକ ମର୍ମାହତ କରିଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ(ଆଇଟି ଆକ୍ଟ) ଅନୁସାରେ- କୌଣସି ବ୍ୟକ୍ତିର ଫଟୋକୁ ବିକୃତ କରିବା ଏକ ଅପରାଧ । ପୁଣି ଗଣମାଧ୍ୟମ ସଂସ୍ଥା ଏପରି କରିବା ଅକ୍ଷମଣୀୟ । ତେଣୁ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ପାଠକମାନେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି