ସତ୍ୟାଗ୍ରହରେ ସର୍ବୋଦୟ ନେତ୍ରୀ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ବର୍ଷାରେ ବି ଜାରି ରହିଛି ସତ୍ୟାଗ୍ରହ । ଦ୍ୱିତୀୟ ଦିନରେ କୃଷ୍ଣା ମହାନ୍ତିଙ୍କ ସତ୍ୟାଗ୍ରହ । ଜଣେ ସରକାରୀ କର୍ମଚାରିଙ୍କ ମନ୍ଦ ଉଦ୍ଧେଶ୍ୟ ଓ ବାଚଳାମି ଯୋଗୁଁ ଆଜି ଜଣେ ୮୨ ବର୍ଷୀୟ ବରିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତି ଗଣ ସତ୍ୟାଗ୍ରହ ରେ ବସିଛନ୍ତି । ସେ ଅର୍ଥ ଲୋଭି ସରକାରୀ କର୍ମଚାରୀଙ୍କ ପାଇଁ ଆଜି ସାରା ଓଡିଶା ଲଜ୍ଜିତ । ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ । ବିହାରର ରାଜଧାନୀ ପାଟନାରୁ ବାହାରି ସେ ବିହାର ଓ ଓଡିଶାର ବିଭିନ୍ନ ସ୍ଥାନରେ ଅସ୍ପୃଶ୍ୟତା ନିବାରଣର ବାର୍ତ୍ତା ପ୍ରଚାର କରି ଏଠାରେ ପହଞ୍ଚିଥିଲେ । ଗାନ୍ଧୀଜୀ ସମୁଦାୟ ଆଠ ଥରରେ ୭୯ ଦିନ ରହଣୀରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ସ୍ଵରାଜ୍ୟର ବାର୍ତ୍ତା ପ୍ରଚାର କରିଥିଲେ ।

ଯେଉଁଠି ମହାତ୍ମାଙ୍କ ପଦ ଚିହ୍ନ ପଡିଥିଲା ସେହିସବୁ ସ୍ଥାନରେ ତାଙ୍କର ସ୍ମୃତିରକ୍ଷା ପାଇଁ ବ୍ୟବସ୍ଥା ହୋଇଥିଲେ ବି ଅନୁଗୁଳରେ ସେମିତି କିଛି ନଥିବାରୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଓ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ତତ୍କାଳୀନ ନଗରପାଳ ଅକ୍ଷୟ ସାମନ୍ତଙ୍କୁ ଭେଟି ଗାନ୍ଧୀଜୀଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ନଗରପାଳିକା ପକ୍ଷରୁ ଗାନ୍ଧୀ ମାର୍ଗ ସ୍ଥିତ ଏକ ସ୍ଥାନ ଚିହ୍ନଟ କରି ସେହି ସ୍ଥାନରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ଫଳକ ଲଗାହୋଇଥିଲା । ଶ୍ରୀମତୀ ମହାନ୍ତି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଦାୟିତ୍ଵ ନେବାପରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଭେଟି ଗାନ୍ଧୀ ଭବନ କାମ ତ୍ଵରାନିତ୍ଵ କରିବାକୁ ନିବେଦନ କରନ୍ତେ ଉପରୋକ୍ତ ସ୍ଥାନରେ ଆଗାମୀ ଛଅ ମାସ ଭିତ ରେ ଏହି ଗାନ୍ଧୀ ଭବନ ନିର୍ମାଣ କାର୍ୟ୍ୟ ସଂପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହଠାତ ଏହି ସ୍ଥାନରେ ଅନ୍ୟ ଏକ ଘର ନିର୍ମାଣ ହେଉଥିବାରୁ କ୍ରୀଷ୍ଣା ମହାନ୍ତି ପ୍ରଶାସନକୁ ଜଣାଇଥିଲେ । ହେଲେ ଫଳ ମିଳି ନଥିଲା ।

ଏଥିପାଇଁ ଗାନ୍ଧୀ ଜୟନ୍ତୀ ଅବସରରେ ସମାଜସେବୀ ତଥା ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ସତ୍ୟାଗ୍ରହ ରେ ବସିଛନ୍ତି କ୍ଷ ଗାନ୍ଧୀ ଜୟନ୍ତୀରୁ ଗାନ୍ଧୀଙ୍କୁ ଜଣେ ବଡ ଅନୁଗାମୀ କୃଷ୍ଣା ଏହି ସତ୍ୟାଗ୍ରହ ଜାରି ରଖିଛନ୍ତି । ସେପଟେ ଅନଗୁଳର ସମସ୍ତ ସମାଜସେବୀ ମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥ କରିଛନ୍ତି କ୍ଷ

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ