Masthead

ପ୍ରଦୂଷଣକୁ ରୋକିବା ପାଇଁ ଆନନ୍ଦବିହାରରେ ନିର୍ମାଣ ହେଲା ସ୍ମଗ ଟାୱାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସାରା ଭାରତରେ ବାୟୁପ୍ରଦୂଷଣ ବଢିବାରେ ଲାଗିଛି । ବିଶେଷ କରି ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି । ଏହା ମଧ୍ୟରେ ଦିଲ୍ଲୀରେ ବାୟୁପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆନନ୍ଦବିହାରରେ ସ୍ମଗ ଟାୱାର ନିର୍ମାଣ କରାଯାଇଛି । ତେବେ କେନ୍ଦ୍ରୀୟ ପର୍ଯ୍ୟାବରଣ ଏବଂ ଜଳବାୟୁ ପରିବହନ ମନ୍ତ୍ରୀ ଭୂପେଶ ଯାଦବ ଭିଡିଓ କନଫେରେନ୍ସିଂ ସାହାଯ୍ୟରେ ଏହାର ଉଦଘାଟନ କରିଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଦିଲ୍ଲୀର କର୍ଣ୍ଣାଟ ପ୍ଲେସରେ ପ୍ରଥମ ସ୍ମଗ ଟାୱାର ନିର୍ମାଣ କରାଯାଇଥିଲା ।

ଅପରପକ୍ଷରେ ଆନନ୍ଦବିହାରରେ ପ୍ରଦୂଷଣର ମାତ୍ରା ଅନ୍ୟସ୍ଥାନମାନଙ୍କ ଠାରୁ ଅଧିକ ଥିବାରୁ ସେଠାରେ ସ୍ମଗ ଟାୱାର ନିର୍ମାଣ କରିବା ଜରୁରୀଥିଲା । ସରକାରଙ୍କ ଏପରି କାର୍ଯ୍ୟକୁ ବେଶ ପସନ୍ଦ କରିଛନ୍ତି ସ୍ଥାନୀୟ ଅଧିବାସୀ । ଅନ୍ୟପଟେ ଏହି ସ୍ମଗ ଟାୱାରକୁ ନିର୍ମାଣ କରିବା ପାଇଁ ପାଖାପାଖି ଗୋଟିଏ ବର୍ଷ ସମୟ ଲାଗିଥିବାର ସୂଚନା ମିଳିଛି । ଯାହାର ନିର୍ମାଣରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ପଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାୟୁକୁ ଫିଲଟର କରିବାରେ ଏହା ସହାୟକ ହୋଇଥାଏ । ପ୍ରଦୂଷିତ ବାୟୁକୁ ସ୍ମଗ ଟାୱାର ପ୍ରଥମେ ନିଜ ଆଡ଼କୁ ନେଇଥାଏ ଏବଂ ଫିଲଟର ସାହାଯ୍ୟରେ ଏହାକୁ ସଫା କରିଥାଏ । ଏହା ପରେ ସମ୍ପୃକ୍ତ ଟାୱାରରେ ଲାଗିଥିବା ୪୦ ଗୋଟି ଫ୍ୟାନ ଏହାକୁ ବାୟୁମଣ୍ଡଳକୁ ଛାଡିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି