Masthead

‘କମାଣ୍ଡୋ’ ୱେବ୍ ସିରିଜରେ ଓଡ଼ିଆ ପୁଅ ପ୍ରେମ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ୱେବ୍ ସିରିଜ୍ ‘କମାଣ୍ଡୋ’ର ଟିଜର ରିଲିଜ ହୋଇସାରିଛି । ଓଡ଼ିଆ ପୁଅ ପ୍ରେମ ପରିଜା ଏହି ସିରିଜରେ ମୁଖ୍ୟ ଭୂମୀକାରେ ନଜର ଆସିବେ । ‘କମାଣ୍ଡୋ’ ଚଳଚ୍ଚିତ୍ରର ୩ଟି ପାର୍ଟ ବକ୍ସ ଅଫିସରେ ଖୁବ କମେଇଥିଲା ଏବଂ ଦର୍ଶକମାନଙ୍କ ଠାରୁ ବହୁତ ଭଲପାଇବା ପାଇଥିଲା । ବିଦ୍ୟୁତ ଜାମୱାଲ ‘କମାଣ୍ଡୋ’, ‘କମାଣ୍ଡୋ-୨’, ‘କମାଣ୍ଡୋ-୩’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ନିର୍ମାତା ଭିପୁଲ ଶାହା ‘କମାଣ୍ଡୋ’ର ଏକ ୱେବ୍ ସିରିଜ୍ କରୁଛନ୍ତି । ନିକଟରେ ‘କମାଣ୍ଡୋ’ ସିରିଜର ପ୍ରଥମ ଲୁକ ରିଲିଜ କରାଯାଇଛି । ‘କମାଣ୍ଡୋ’ ୱେବ୍ ସିରିଜର ଘୋଷଣା ହେବା ଦିନଠାରୁ ଦର୍ଶକମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଯଦିଓ ବିଦ୍ୟୁତ ଜାମୱାଲ ଏହି ସିରିଜରେ ନଜର ଆସିବେ ନାହିଁ, ତଥାପି କାର୍ଯ୍ୟର ଅଭାବ ରହିବ ନାହିଁ । ‘କମାଣ୍ଡୋ’ର ଟିଜର ଏହାର ପ୍ରମାଣ ଅଟେ ।

ଡିଜ୍ନିି ପ୍ଲସ୍ ହଟଷ୍ଟାରରେ ରିଲିଜ ହୋଇଥିବା ଟିଜରରେ ଫାଇଟ୍ ସିନ ଦେଖି ପ୍ରଶଂସକମାନେ ବିଦ୍ୟୁତ ଜାମୱାଲଙ୍କ ମନେ ପକାଇଥିଲେ । ତୁଷାରପାତ ପାହାଡ ମଧ୍ୟରେ ଏକ ଜବରଦସ୍ତ ଆକ୍ସନ ଦୃଶ୍ୟ ସହିତ ଟିଜରର ଅରମ୍ଭ ହୋଇଛି । ପ୍ରେମ ପରିଜା ତାଙ୍କ ଆକ୍ଟିଙ୍ଗ ଦ୍ୱାରା ପ୍ରଶଂସକମାଙ୍କ ହୋସ ଉଡାଇ ଦେଇଛନ୍ତି, କିନ୍ତୁ କିଛି ସମୟ ପରେ ଅଦା ଶର୍ମାଙ୍କ ଆକ୍ସନ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । କଳା ପୋଷାକରେ ବନ୍ଧୁକ ଧରି ଅଦାଙ୍କ ଆକ୍ସନ ଲୁକ ଦେଖି ଦର୍ଶକମାନେ ଫିଦା । ସିରିଜ ‘କମାଣ୍ଡୋ’ରେ ପ୍ରେମ ବିଦ୍ୟୁତଙ୍କ ସ୍ଥାନ ନେଇଛନ୍ତି । ଟିଜର ରିଲିଜ ହେବା ମାତ୍ରେ ଲୋକମାନେ ବିଦ୍ୟୁତଙ୍କୁ ଦାବି କରୁଛନ୍ତି ଏବଂ ତାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ ବୋଲି କହିଛନ୍ତି ସତ ମାତ୍ର ଓଡିଶାବାସୀ ପ୍ରେମଙ୍କୁ ସମର୍ଥନ କରିଛନ୍ତି ଏବଂ ତାଙ୍କ ଉତ୍ସାହକୁ ବଢାଇଛନ୍ତି । ତେବେ ୱେବ୍ ସିରିଜର ରିଲିଜ ପରେ ଜଣା ପଡିବ ଦର୍ଶକଙ୍କୁ ଏହା କେତେ ପସନ୍ଦ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା