Masthead

ଜେଲରେ ଥିବା ଇରାନୀ ମହିଳା ସାମ୍ବାଦିକ ପାଇବେ ଜାତିସଂଘ ପ୍ରେସ ସ୍ୱାଧୀନତା ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲରେ ଥିବା ଇରାନୀ ମହିଳା ସାମ୍ବାଦିକଙ୍କୁ ମିଳିବ ଜାତିସଂଘ ପ୍ରେସ ସ୍ୱାଧୀନତା ପୁରସ୍କାର । ସତ୍ୟ ଓ ଉତ୍ତରଦାୟିତ୍ୱ ପାଇଁ ପ୍ରତିବଦ୍ଧତା ନିମନ୍ତେ ଜାତିସଂଘ ଜେଲରେ ଥିବା ୩ ଇରାନୀ ମହିଳା ସାମ୍ବାଦିକଙ୍କୁ ମିଳିବ ଚଳିତ ବର୍ଷର ସମ୍ମାନଜନକ ପ୍ରେସ୍ ସ୍ୱାଧୀନତା ପୁରସ୍କାର । ନିଲୋଫର ହାମେଦି ଯେ କି ୨୨ ବର୍ଷୀୟା ମେହସା ଆମିନିଙ୍କ ହାଜତ ମୃତୁ୍ୟ ଖବର ପ୍ରସାରଣ କରିଥିଲେ ।

ହିଜାବ ଢିଲା କରି ପିନ୍ଧିଥିବାରୁ ଆମିନଙ୍କୁ ଇରାନର ନୈତିକତା ପୋଲିସ ଗିରଫ କରି ହାଜତରେ ନିର୍ଯାତନା ଦେଇ ହତ୍ୟା କରିଥିଲେ । ଯାହାକୁ ନେଇ ଅନେକ ମାସ ଧରି ଦେଶବ୍ୟାପୀ ଆନେ୍ଦାଳନ ଆରମ୍ଭ ହୋଇଥିଲା । ଏଲାହେ ମହମ୍ମଦି ତାଙ୍କ ଅନ୍ତେଷ୍ଟି ଖବର ପ୍ରସାରଣ କରିଥିଲେ । ତୃତୀୟରେ ବିଜେତା ହେଉଛନ୍ତି ନର୍ଗେସ ମହମ୍ମଦି ଯେ କି ଅନେକ ବର୍ଷ ଧରି ସାମ୍ମାଦିକତା କରି ଆସୁଛନ୍ତି ଏବଂ ଇରାନର ଜଣେ ପ୍ରମୁଖ ସାମାଜିକ କାର୍ଯ୍ୟକର୍ତ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା