Masthead

ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର: ରାଜନାଥ ସିଂହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର । ଚୀନ ଭାରତ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁଁ ସମ୍ପର୍କ ପ୍ରଭାବିତ ହୋଇଛି । ସୀମାରେ ଶାନ୍ତି ପ୍ରତିଷ୍ଠା ନହେବା ଯାଏଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଗତକାଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନାବେଳେ ସୀମା ବିବାଦ କଥା ଉଠାଇଥିଲେ । ରାଜନାଥ କହିଥିଲେ ଯେ ପୂର୍ବରୁ ଜାରି ଶାନ୍ତି ଓ ସ୍ଥିରତା ଚୁକ୍ତିର ଉଲ୍ଲଂଘନ ଦ୍ୱିପାକ୍ଷିକ ସମ୍ପର୍କର ଭିତିଭୂମିକୁ ଦୋହଲାଇଦେଇଛି । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଥିବା ସମସ୍ତ ବିବାଦର ସମାଧାନ ଏବେର ଦ୍ୱିପାକ୍ଷିକ ଚୁକ୍ତି ଏବଂ ପ୍ରତିଶ୍ରୁତି ଅନୁଯାୟୀ ହେବା ଆବଶ୍ୟକ । ତିନି ବର୍ଷ ତଳେ ପୂର୍ବ ଲଦାଖରେ ସୀମା ବିବାଦ ଉପୁଜିବା ପରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର