Masthead

୨୧ ତାରିଖରେ ବିବାହ ପାଇଁ ଆବେଦନ କରିଛନ୍ତି, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

ଜଗତସିଂପୁର (ବଡ଼ ଖବର ବ୍ୟୁରୋ):ବିବାହକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ । ଶ୍ରୀ ଦାସ ବିବାହ ପଞ୍ଜିକରଣ ପାଇଁ କଟକ ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ଜଣାଯାଇଛି । ଶ୍ରୀ ଦାସ ବିବାହ ପାଇଁ ଆବେଦନ କରିବା ପରେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ତାଙ୍କର ବାନ୍ଧବୀ ସୋମାଲିକା ଦାସଙ୍କ ସହ ସଂପର୍କକୁ ନେଇ ନାନା ବାଦବିବାଦ ସୃଷ୍ଟି ହୋଇଥିଲା । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ବି ଜୋର୍ ଧରିଥିଲା ।

 

ସୋମାଲିକାଙ୍କ ଅଭିଯୋଗକୁ ନେଇ ବିଜୟ ଶଙ୍କରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଥାନାରୁ କୋର୍ଟ ଯାଏ ଏହି ମାମଲା ଯାଇଥିଲା । ଏହି ମାମଲାର ସମାଧାନ ଏ ପର୍ୟ୍ୟନ୍ତ ହୋଇପାରି ନାହିଁ । ଏପରିସ୍ଥଳେ ବିଜୟଶଙ୍କର ବିବାହ ଆବେଦନକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ତେବେ ସେ କାହା ସହ ବିବାହ ପାଇଁ ଆବେଦନ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଥାନାରେ ଏତଲା ପରେ ବି କୌଣସି କାର୍ୟ୍ୟାନୁଷ୍ଠାନ ହେଉନଥିବାରୁ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି