Masthead

ଦଶମ ସମତୁଲ୍ୟ ପରୀକ୍ଷା ଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ବିକଳ୍ପ ପଦ୍ଧତି

କଟକ (ବଡ଼ ଖବର ବ୍ୟୁରୋ): ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ/ ମାଧ୍ୟମ/ ମୁକ୍ତ ବିଦ୍ୟାଳୟ ପରୀକ୍ଷା, ୨୦୨୧, ଯାହା ଗତ ୦୩.୦୫.୨୦୨୧ ତାରିଖରୁ ଆରମ୍ଭ ହୋଇଥାନ୍ତା, ହେଲେ କୋଭିଡ ସଂକ୍ରମଣ ବଢ଼ିବା ଯୋଗୁଁ, ସରକାରଙ୍କ ଦ୍ୱାରା ବାତିଲ କରାଯାଇଥିଲା ଏବଂ ମାଧ୍ୟମିକ ଶିକ୍ଷା ପରିଷଦକୁ ମୂଲ୍ୟ ନିର୍ଦ୍ଧାରଣ କରିବାର ବିକଳ୍ପ ପଦ୍ଧତି ତିଆରି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ମହାମାରୀ ସମୟରେ, ନ୍ୟାୟ ସଙ୍ଗୀତ ଓ ବିନା ପକ୍ଷପାତରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ କରିବା ବୋର୍ଡ ପାଇଁ ଏକ ଆହ୍ୱାନ । ଏହି ପ୍ରକାର ପରିସ୍ଥିତି ପୂର୍ବରୁ ନା କେବେ ହୋଇଥିଲା ନା ବୋର୍ଡ ଆଗରୁ କେବେ ଏହି ପ୍ରକାର ବିକଳ୍ପ ପଦ୍ଧତି ତିଆରି କରିଛି । ତାହା ସତ୍ୱେ, ଏହିପରି ମହାମାରୀ ଅବସ୍ଥାରେ ବୋର୍ଡ ବିଭିନ୍ନ ଷ୍ଟେକ ହୋଲ୍ଡରମାନଙ୍କ ସହିତ ଆଲୋଚନା କରି ପରୀକ୍ଷା ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିଛି । ଫଳ ପ୍ରକାଶନ ପରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନହୁଅନ୍ତି, ସେମାନେ ମହାମାରୀ ଅବସ୍ଥା ସୁଧୁରିବା ପରେ ଲିଖିତ ପରୀକ୍ଷା ଦେଇପାରିବେ ।

ମୂଲ୍ୟ ନିର୍ଦ୍ଧାରଣର ପ୍ରଣାଳୀ ନିର୍ଦ୍ଧିଷ୍ଟ ପରୀକ୍ଷା ପାଇଁ ଭିନ୍ନ ହେବ । ବିଭିନ୍ନ ପ୍ରକାରର ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରଣାଳୀ ନିୟୋଜିତ କରାଯିବ । ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି । ଏହାକୁ ଡାଉନଲୋଡ କରି ବିଷଦ ଭାବରେ ପ୍ରଣାଳୀ, ମାର୍କ ଗୁଡିକର ଯାଞ୍ଚ ପ୍ରକତ୍ରୟା, ମାର୍କ ଅପଲଡିଂ ପ୍ରକ୍ରିୟା, ରେକର୍ଡ ଗୁଡ଼ିକର ରକ୍ଷଣା ବେକ୍ଷଣ ଏବଂ ଏହି ସମ୍ବନ୍ଧୀୟ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ସୂଚୀ ଜାଣିହେବ । ସମସ୍ତଙ୍କ ସୁବିଧା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ବିକଳ୍ପ ପଦ୍ଧତି ଉପରେ ଏକ ଏଫଏକ୍ୟୁ ପରିଷଦ ନିଜସ୍ୱ ୱେବସାଇଟ୍ରେ ଯଥାଶିଘ୍ର ଅପଲୋଡ କରାଯିବ ।
ମାଧ୍ୟମିକ ଶିକ୍ଷାପରିଷଦ, ଓଡ଼ିଶା, ସମସ୍ତ ଶିକ୍ଷଶ ଜିଲ୍ଲା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କ ସାହାଯ୍ୟ ଓ ସହଯୋଗରେ ମାର୍କ ଅପଲୋଡିଂ ପ୍ରକ୍ରିିୟାକୁ ମେ ମାସ ୩୧ ତାରିଖ ସୁଦ୍ଧା ସାରିବା ପାଇଁ ଧାର୍ଯ୍ୟ କରିଛି । ତତ୍ପରେ ନୂତନ ଭାବେ ମାର୍କ ଗୁଡ଼ିକର ଟେବ୍ୟୁଲେସନ ପରିଷଦ ଦ୍ୱାରା କରାଯିବ ଓ ରେଜଲ୍ଟ ପ୍ରସେସିଂ କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଦିଗକୁ ଅନୁଧ୍ୟାନ କରି ପ୍ରସେସିଂ କାର୍ଯ୍ୟ ଶେଷ ହେଲାପରେ ବୋର୍ଡ ବିଧିବଧ ଭାବେ ଫଳ ପ୍ରକାଶନ କରିବ । ଆନୁମାନିକ ଜୁନ ମାସ ୩୦ ତାରିଖ ସୁଦ୍ଦା ଫଳ ପ୍ରକାଶନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ବିକଳ୍ପ ପଦ୍ଧତି ପରିଷଦର ଏକ୍ଜାମିଶନ କମିଟି ଦ୍ୱାରା ଅନୁମୋଦିତ ହୋଇଅଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି