Masthead

କ’ଣ ଦୁଷ୍କର୍ମକାରୀଙ୍କ ଠିକଣା ଜୟଦେବ ବାଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜୟଦେବ ବାଟିକାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ପ୍ରେମୀ ଯୁଗଳଙ୍କ ପାଇଁ ଡେଥଜୋନ ପାଲଟିଛି ଖଣ୍ଡଗିରିର ଜୟଦେବ ବାଟିକା । ବୁଧବାର ଜୟଦେବ ବାଟିକାର ଏକ ଗଛରେ ଝୁଲୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବତୀଙ୍କ ପରିଚୟ ମିଳି ନାହିଁ । ନିଜ ଓଢଣୀରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୁଧବାର ସକାଳୁ ଜୟଦେବ ବାଟିକା ଗେଟ ଖୋଲା ଯାଇଥିଲା । ଗେଟ ଖୋଲି ସିକ୍ୟୁରିଟି ଗାର୍ଡ ରାଉଣ୍ଡ ଅପ କରୁଥିଲେ । ବାଟିକାର ୫୩ ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟାଗଛରେ ଯୁବତୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ବାଟିକା କର୍ତ୍ତୃପକ୍ଷ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଯୁବତୀକୁ କେହି ଦୁଷ୍କର୍ମ ପରେ ହତ୍ୟା କରିଛି କି ସେ ଆତ୍ମହତ୍ୟା କରିଛନ୍ତି ତଦନ୍ତ ଚଳାଇଛି ପୋଲିସ ।

ଯୁବତୀଙ୍କ ମୃତଦେହ ଝୁଲୁଥୁବ ପିଣ୍ଡି ନିକଟରେ ଥିବା ଆଉ ଏକ ପିଣ୍ଡି ଉପରେ ଏକ ଦଶଟଙ୍କିଆ ନୋଟ ସହ ଯୁବତୀଙ୍କ ସାଇକେଲ ଚାବି ରହିଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ତଦନ୍ତ ଚଳାଇଛି । ପ୍ରଥମେ ପୋଲିସ ଏହାକୁ ଆତ୍ମହତ୍ୟା ଓ ପରେ ବଳାତ୍କାର ପରେ ହତ୍ୟା ବୋଲି ସୂଚାଇଛି । କିନ୍ତୁ ଏବେ ବି ପୋଲିସର ସନ୍ଦେହ ଦୂର ହୋଇନି । ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ପୋଲିସ ସ୍ପଷ୍ଟ କରିନି । ଦିନକୁ ଦିନ ଜୟଦେବ ବାଟିକା ଅପରାଧୀଙ୍କ ଅଡ୍ଡା ପଲିଟିବାରେ ଲାଗିଛି । ଏହା ସହ ନିଶାଡିମାନଙ୍କ ଚାରାଭୂଇଁ ପାଲଟିଛି ଏହି ପାର୍କ । ଖଣ୍ଡଗିରି ଥାନା ଠାରୁ ମାତ୍ର ଅଧା କିଲୋମିଟର ଦୂରରେ ଥିବା ଏହି ପାର୍କରେ କିପରି ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି ରାଜଧାନୀବାସୀଙ୍କୁ ଚକିତ କରୁଛି । ଜୟଦେବ ବାଟିକାକୁ ସରକାର ସୁନ୍ଦର ପାର୍କର ରୂପ ଦେଇ ଲୋକାର୍ପଣ କରିଥିଲେ । ବାହାରୁ ସୁନ୍ଦର ଦେଖାଯାଉଥିବା ଏହି ପାର୍କର ଭିତର ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଜଣେ ଯୁବକ ପ୍ରେମରେ ଅସଫଳ ହୋଇ ପ୍ରେମିକା ସାମ୍ନାରେ ଆତ୍ମହତ୍ୟା କରିଥିଲେ । ପ୍ରେମିକାର ଓଢଣୀରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ ।
ବାରମ୍ବାର ବାଟିକାରେ ଏଭଳି ଘଟଣା ଘଟୁଥିବା ବେଳେ ପୋଲିସ ଓ ବାଟିକ କର୍ତ୍ତୃପକ୍ଷଙ୍କ କାର୍ୟ୍ୟ ଉପରେ ଉଠିଛି ପ୍ରଶ୍ନ । କରୋନା କଟକଣା ପାଇଁ ରାଜ୍ୟର ସମସ୍ତ ପର୍ୟ୍ୟଟନ ସ୍ଥଳୀ ବନ୍ଦ ଥିବା ବେଳେ ଜୟଦେବ ବାଟିକାକୁ କିଭଳି ଲୋକେ ପ୍ରବେଶ କରୁଛନ୍ତି ତାକୁ ନେଇ ପ୍ରଶ୍ନଉଠୁଛୁ । ପୋଲିସ ପାଟ୍ରୋଲିଂ ଠିକ୍ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା କଥା ଜୟଦେବ ବାଟିକା ନିରୀହ ଜନସାଧାରଣଙ୍କ ପାଇଁ ଅସୁରକ୍ଷିତ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?