Masthead

ୟୁପିଏ ହେଲା ‘ଇଣ୍ଡିଆ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପରିବର୍ତ୍ତନ ହେଲା ୟୁପିଏର ନାଁ । ନୂଆ ପରିଚୟ ପାଇଲା ବିରୋଧୀଙ୍କ ମେଂଟ । ଇଣ୍ଡିଆ ନାଁରେ ମିଳିଲା ସହମତି । ବେଙ୍ଗାଳୁରୁରେ ୨୬ ରାଜନୈତିକ ଦଳର ମିଳିତ ବୈଠକରେ ନିଆଯାଇଛି ଏହି ନିଷ୍ପତି । ପ୍ରେସମିଟ ଜରିଆରେ ସୂଚନା ଦେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏନଡିଏ ସହ ଲଢିବ ଇଣ୍ଡିଆ । ବଦଳିଯିବ ୟୁପିଏର ନାଁ । ବିରୋଧୀ ଗଠବନ୍ଧନର ନୂଆ ନାଁ ଇଣ୍ଡିଆନ୍ ନ୍ୟାସନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ ବା ଇଣ୍ଡିଆ । ପ୍ରଥମେ ଆରଜେଡ଼ି ତରଫରୁ ଟୁଇଟ କରିଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରେସମିଟ ଜରିଆରେ ଦେଲେ ସୂଚନା ।

କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ଲଢେଇ ଦେଶକୁ ବଂଚେଇବା ପାଇଁ । ବିଜେପି ବିଚାରଧାରା ବିରୋଧରେ ଲଢେଇ ।ସେପଟେ ଦେଶରେ ଘୃଣାର ମୂଳଦୁଆ ପକାଯାଉଛି କହି ବିଜେପି ତଥା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା ବାନାର୍ଜି । ଲଢେଇ ଦଳ ପାଇଁ ନୁହେଁ ଦେଶ ପାଇଁ ହେବ ବୋଲି ମତ ବାଢିଛନ୍ତି ଉଦ୍ଧବ ଠାକରେ । ତେବେ ଆଗାମୀ ଦିନରେ ମହାରାଷ୍ଟ୍ରରେ ଇଣ୍ଡିଆକୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ୧୧ ଜଣଙ୍କୁ ନେଇ ଏକ ସମନ୍ୱୟ ବୈଠକ ଆରମ୍ଭ ହେବ । ୨୦୨୪ ନେଇ ଗଢାଯିବ ରୋଡମ୍ୟାପ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ