Masthead

ନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ନାକଟିଦେଉଳ (ବଡ଼ ଖବର ବ୍ୟୁରୋ): ଶୋଷ ମେଣ୍ଟାଉଛି ଚୁଆ ପାଣି । ସ୍ଵାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ଗ୍ରାମରେ ଗୋଟିଏ ହେଲେ ନଳକୁପ କିମ୍ବା କୂଅଟିଏ ନାହିଁ । ବାଧ୍ୟହୋଇ ଗ୍ରାମନାଳରେ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ପାଣିମୁରା ଗ୍ରାମପଞ୍ଚାୟତର ଦୁର୍ଗମ ତଥା ପାହାଡ ତଳି ଗ୍ରାମ ଗରିଆଖମଣର କଟାସାହିରେ । କଟା ସାହିରେ ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବରୁ ୧୨ଟି ଆଦିବାସୀ ପରିବାରର ପ୍ରାୟ ୫୦ରୁ ଅଧିକ ଲୋକ ବସବାସ କରୁଥିଲେ ।

ତେବେ ଏହି କଟାସାହିକୁ ଭଲ ରାସ୍ତାଟିଏ ନଥିବା ବେଳେ ବିଶୁଦ୍ଧ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏଠାକାର ଲୋକେ ପ୍ରାୟ ଏକ କିଲୋମିଟର ନାଳକୁ ଯାଆନ୍ତି ପାଣି ଆଣିବାକୁ । କାଖରେ କଅଁଳ ଛୁଆ ଏବଂ ମୁଣ୍ଡରେ ଗରାଧରି ଡହଡହ ଖରାରେ ପ୍ରତିଦିନ ଚାଲିଚାଲି ପାଣି ମୁନ୍ଦାଏ ଆଣିବାକୁ ଯାଇଥାନ୍ତି । ଖରାବର୍ଷା ଶୀତ ସବୁ ଦିନେ ଏହି ନାଳ ପାଣି ପିଉଛନ୍ତି ସାହିର ଲୋକେ । ଏଥିଯୋଗୁଁ ବହୁ ସମୟରେ ବିଭିନ୍ନ ରୋଗରେ ପଡି ସେମାନଙ୍କ ଦେହ ଖରାପ ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ସରପଞ୍ଚ ଠାରୁ ବିଭାଗୀୟ ଯନ୍ତ୍ରୀ ପର୍ୟ୍ୟନ୍ତ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କେହି ସେମାନଙ୍କ ଗୁହାରି ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଏସଂପର୍କରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କୁ ଯୋଗାଯୋଗ କରାଯିବାରେ ଗ୍ରାମର ଭୌଗଳିକ ସ୍ଥିତି ଦେଖି ଯଦି ସେଠାକୁ ନଳକୁପ ଖୋଳିବାକୁ ଗାଡି ଯାଇ ନପାରୁଛି ତାହାଲେ ଶୀଘ୍ର ଖୋଲାକୂଅ ଖୋଲାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ବର୍ତମାନ ଖରା ଯେତିକି ବଢୁଛି ଏହି ବ୍ଲକର ବିଭିନ୍ନ ଗ୍ରାମରେ ପିଇବା ପାଣିର ସେତିକି ସମସ୍ୟା ଦେଖାଯାଉଛି । ବିଶୁଦ୍ଧ ପିଇବା ପାଣି ଟୋପାଏ ପାଇଁ ବର୍ଷ ବର୍ଷ ଧରି ଘାଣ୍ଟି ଚକଟି ହେଉଥିବା କଟାସାହିର ଲୋକଙ୍କୁ ସରକାର କେବେ ବିଶୁଦ୍ଧ ପାଣି ଟୋପାଏ ଯୋଗାଇ ଦେବେ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି