Masthead

ସେପ୍ଟେମ୍ବର ୨୨ରେ ୱାୟନାଡ଼ ଉପନିର୍ବାଚନ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେରଳର ୱାୟନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ସୁରତ କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଶୁଣାଇବା ପରେ ତାଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ଏହି ଲୋକସଭା ଆସନ ବର୍ତ୍ତମାନ ଖାଲି ପଡ଼ିଛି । ଏସମ୍ପର୍କରେ ଲୋକସଭା ସଚିବାଳୟ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ସେଠାରେ ଉପନିର୍ବାଚନ ହେବ କି ନାହିଁ ନିଷ୍ପତ୍ତି ନିର୍ବାଚନ କମିଶନଙ୍କର । ଏବେ ନିର୍ବାଚନ କମିଶନଙ୍କ କୋର୍ଟରେ ୱାୟନାଡ ଉପନିର୍ବାଚନ ବନ୍ଦ ।

ନିର୍ବାଚନ କମିଶନ ୱାୟନାଡ ଲୋକସଭା ସେଗମେଣ୍ଟରେ କେବେ ଉପନିର୍ବାଚନ ହେବ ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଆସନ୍ତା ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ବିଧି ଥିବାରୁ ସେପ୍ଟେମ୍ବର ୨୨ରେ ୱାୟନାଡରେ ଉପନିର୍ବାଚନ ହୋଇପାରେ । ଜନପ୍ରତିନିଧି ଆଇନର ୧୫୧ (କ) ଧାରା ଅନୁସାରେ ଖାଲି ପଡ଼ିଥିବା ପାର୍ଲାମେଣ୍ଟ ଆସନ ଓ ବିଧାନସଭା ଆସନରେ ୬ ମାସ ଭିତରେ ପୁର୍ନବାର ନିର୍ବାଚନ କରିବା ପାଇଁ ବାଧ୍ୟ । ଏହି ଆଧାରରେ ଆସନ୍ତା ସେପ୍ଟେମ୍ବର ୨୨ ସୁଦ୍ଧା ୱାୟନାଡରେ ଉପନିର୍ବାଚନ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ