Masthead

ମୋଦି ରାହୁଲଙ୍କୁ କାହିଁକି ଡରୁଛନ୍ତି: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେଡି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ରାହୁଲ ଗାନ୍ଧିଙ୍କ ସଭ୍ୟପଦ ରଦ୍ଦରେ କାହାର ଲାଭ ଏବଂ କାହାର କ୍ଷତି ହେବ ତା’ର ବିଚାର କଲେ ଜାଣିପାରିବେ, ଏହା ପଛରେ କ’ଣ ଅଛି । ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ସେ କ’ଣ ହାସଲ କରିପାରିବେ, ଏକଥା ସେ ନିଜେ ଚିନ୍ତା କରିବା ଦରକାର । ରାହୁଲ ଗାନ୍ଧି ବାରମ୍ବାର ନିର୍ବାଚନ ହାରୁଛନ୍ତି । ଅପଶବ୍ଦ ବା ନିଜ ଜିଭ ଉପରେ ନିୟନ୍ତ୍ରଣ ନ ରଖି ଅଯଥାରେ ଅନ୍ୟକୁ ସମାଲୋଚନା କରିଚାଲିଲେ ଭୋଟ ମିଳିବ ଏକଥା ଭାବିବା ଉଚିତ ନୁହେଁ ।

ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି । ରାହୁଲ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ । ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଚାହୁଁଛନ୍ତି, ଏତେ କ୍ଷମତାର ଅଧିକାରୀ ରାହୁଲ ଗାନ୍ଧିଙ୍କୁ କାହିଁକି ଡରୁଛନ୍ତି । ରାହୁଲଙ୍କୁ ଡରିଲେ ସେ ବିଶ୍ୱଗୁରୁ ହେବେ କିପରି ? ପ୍ରତିପକ୍ଷଙ୍କ ମୁହଁକୁ ବନ୍ଦ କରିବା ପାଇଁ କ୍ଷମତା ଏବଂ କୌଶଳ ପ୍ରୟୋଗ କରଯାଉଥିବା ଯେଉଁ ଅଭିଯୋଗ ହେଉଛି, ତାହା ସ୍ପୃହଣୀୟ ନୁହେଁ । ନରେନ୍ଦ୍ର ମୋଦି ଯେଉଁ ସ୍ତରରେ ଅଛନ୍ତି ଏବଂ ଯେଉଁ ସ୍ତରକୁ ଯିବାକୁ ଚାହୁଁଛନ୍ତି ଏ କୌଶଳ ଆଦୌ ସ୍ପୃହଣୀୟ ନୁହେଁ । ରାହୁଲ ଗାନ୍ଧୀ ପୁଣି ଲୋକମାନଙ୍କ ଆଦରଣୀୟ ହେବାକୁ ଚାହୁଁଛନ୍ତି। ସେ ମଧ୍ୟ ନିଜ ଜିହ୍ୱା ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ