Masthead

ଯଦି ବିଧାୟକ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ,ତାହେଲେ ଆମେ ପ୍ରଶ୍ନକାଳରେ ରହିବୁ କ’ଣ ପାଇଁ: ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକ ମାନେ ପଚାରି ଥାନ୍ତି । ପ୍ରଶ୍ନକାଳରେ ସବୁ ବିଧାୟକ ମାନଙ୍କର ସେ ଅଧିକାର ରହିଛି । କିନ୍ତୁ ବିଜେପି ବିଧାୟକ ମାନଙ୍କର ପ୍ରଶ୍ନ ଗୁଡ଼ିକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ । ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା । ତାର କାରଣ ବି କୁହାଗଲା ନାହିଁ । ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କଲେ । ଯଦି ରିଜେକ୍ଟ କଲେ ରିଜେକ୍ଟ କାରଣ ଦର୍ଶାଇବା କଥା ୫ ଦିନ ଭିତରେ । ସଂପୂର୍ଣ୍ଣ ଭାବରେ ସରକାରଙ୍କର ଡର ରହୁଛି । ତା ସହିତ ସରକାରଙ୍କ ଚାପରେ ବାଚସ୍ପତି ମନମୁଖୀ ଭାବରେ ନିଷ୍ପତ୍ତି ନେଉଛନ୍ତି । ପ୍ରଶ୍ନ ନକରି ମଧ୍ୟ କାଲି ମୁଖ୍ୟମନ୍ତ୍ରୀ ଷ୍ଟେଟମେଣ୍ଟ ଦେଉଛନ୍ତି ।

ମନ୍ତ୍ରୀ ବଡ଼ ନା ସଚିବ ବଡ଼ ତା ସହିତ ସଚିବଙ୍କ ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ବିଷୟରେ ଆମ ପ୍ରଶ୍ନ ଥିବା ବେଳେ କେବଳ ବିମାନ ଖର୍ଚ୍ଚ କଥା କହିଲେ ମୁଖ୍ୟମନ୍ତ୍ରୀ ଯାହାକି ଦୁର୍ଭାଗ୍ୟଜନକ । ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ମଧ୍ୟ ପ୍ରଶ୍ନ ଗ୍ରହଣ କରୁନାହାନ୍ତି । ଯଦି ବିଧାୟକ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ । ତାହେଲେ ଆମେ ପ୍ରଶ୍ନକାଳରେ ରହିବୁ କଣ ପାଇଁ । ସେଥିପାଇଁ ଆମେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛୁ । ବାଚସ୍ପତି ନୂଆ ଦାଇତ୍ୱ ନିର୍ବାହ କଲା ପରେ ବାଟବଣା ହୋଇ ଯାଇଛନ୍ତି ଓ ସରକାରଙ୍କ ଚାପରେ ରହିଛନ୍ତି । ଅନୁରୂପ ଭାବରେ ସର୍ବଦଳୀୟ ବୈଠକରେରେ ନିଷ୍ପତି ନିଆଯାଇଥିଲା ଯେ, ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ପ୍ରସଙ୍ଗରେ କଂଗ୍ରେସ ଦଳ ପ୍ରସ୍ତାବ ଆଣିବ । କିନ୍ତୁ କଂଗ୍ରେସ ଦଳ ମଧ୍ୟ ଆଜି ଶାସକ ଦଳ ସହିତ ମିଶି ସେ ପ୍ରସଙ୍ଗକୁ ବଦଳେଇ ଅନ୍ୟ ଏକ ପ୍ରସଙ୍ଗ ମୁଲତବି ପ୍ରସ୍ତାବରେ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି