Masthead

ଯଦି ବିଧାୟକ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ,ତାହେଲେ ଆମେ ପ୍ରଶ୍ନକାଳରେ ରହିବୁ କ’ଣ ପାଇଁ: ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ବିଭିନ୍ନ ଅଞ୍ଚଳର ସମସ୍ୟା ଆଧାରିତ ପ୍ରଶ୍ନ ବିଧାୟକ ମାନେ ପଚାରି ଥାନ୍ତି । ପ୍ରଶ୍ନକାଳରେ ସବୁ ବିଧାୟକ ମାନଙ୍କର ସେ ଅଧିକାର ରହିଛି । କିନ୍ତୁ ବିଜେପି ବିଧାୟକ ମାନଙ୍କର ପ୍ରଶ୍ନ ଗୁଡ଼ିକୁ ବାଚସ୍ପତି ଅଗ୍ରାହ୍ୟ କରିବା ଦୁର୍ଭାଗ୍ୟଜନକ । ଗତକାଲି ମୁକେଶ ମହାଲିଙ୍ଗ, ନାଉରୀ ନାଏକଙ୍କ ପ୍ରଶ୍ନକୁ ରିଜେକ୍ଟ କରାଗଲା । ତାର କାରଣ ବି କୁହାଗଲା ନାହିଁ । ଆଜି ମଧ୍ୟ ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନକୁ ରିଜେକ୍ଟ କଲେ । ଯଦି ରିଜେକ୍ଟ କଲେ ରିଜେକ୍ଟ କାରଣ ଦର୍ଶାଇବା କଥା ୫ ଦିନ ଭିତରେ । ସଂପୂର୍ଣ୍ଣ ଭାବରେ ସରକାରଙ୍କର ଡର ରହୁଛି । ତା ସହିତ ସରକାରଙ୍କ ଚାପରେ ବାଚସ୍ପତି ମନମୁଖୀ ଭାବରେ ନିଷ୍ପତ୍ତି ନେଉଛନ୍ତି । ପ୍ରଶ୍ନ ନକରି ମଧ୍ୟ କାଲି ମୁଖ୍ୟମନ୍ତ୍ରୀ ଷ୍ଟେଟମେଣ୍ଟ ଦେଉଛନ୍ତି ।

ମନ୍ତ୍ରୀ ବଡ଼ ନା ସଚିବ ବଡ଼ ତା ସହିତ ସଚିବଙ୍କ ଗସ୍ତ ସମୟରେ ହୋଇଥିବା ଖର୍ଚ୍ଚ ବିଷୟରେ ଆମ ପ୍ରଶ୍ନ ଥିବା ବେଳେ କେବଳ ବିମାନ ଖର୍ଚ୍ଚ କଥା କହିଲେ ମୁଖ୍ୟମନ୍ତ୍ରୀ ଯାହାକି ଦୁର୍ଭାଗ୍ୟଜନକ । ସରକାର ଭୟଭୀତ ହୋଇ ପ୍ରଶ୍ନକାଳରେ ମଧ୍ୟ ପ୍ରଶ୍ନ ଗ୍ରହଣ କରୁନାହାନ୍ତି । ଯଦି ବିଧାୟକ ହୋଇ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ । ତାହେଲେ ଆମେ ପ୍ରଶ୍ନକାଳରେ ରହିବୁ କଣ ପାଇଁ । ସେଥିପାଇଁ ଆମେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛୁ । ବାଚସ୍ପତି ନୂଆ ଦାଇତ୍ୱ ନିର୍ବାହ କଲା ପରେ ବାଟବଣା ହୋଇ ଯାଇଛନ୍ତି ଓ ସରକାରଙ୍କ ଚାପରେ ରହିଛନ୍ତି । ଅନୁରୂପ ଭାବରେ ସର୍ବଦଳୀୟ ବୈଠକରେରେ ନିଷ୍ପତି ନିଆଯାଇଥିଲା ଯେ, ଗଣତନ୍ତ୍ର ଭୁଶୁଡ଼ି ପଡ଼ିବା ପ୍ରସଙ୍ଗରେ କଂଗ୍ରେସ ଦଳ ପ୍ରସ୍ତାବ ଆଣିବ । କିନ୍ତୁ କଂଗ୍ରେସ ଦଳ ମଧ୍ୟ ଆଜି ଶାସକ ଦଳ ସହିତ ମିଶି ସେ ପ୍ରସଙ୍ଗକୁ ବଦଳେଇ ଅନ୍ୟ ଏକ ପ୍ରସଙ୍ଗ ମୁଲତବି ପ୍ରସ୍ତାବରେ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ