Masthead

କାହିଁକି ଲୋକେ ପାଉନାହାନ୍ତି ମାଗଣା ଚାଉଳ

କାଶୀପୁର (ବଡ଼ ଖବର ବ୍ୟୁରୋ): କରୋନା କଟକଣା ଲାଗିବା ପରେ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ପାଇଁ ସରକାର ଘୋଷଣା କରିଥିଲେ । ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଆଲୁତୁଙ୍ଗା, ସିଙ୍ଗାମଇ, ଲେକାପାଇ, ପଟେସ, ଜେରୁଜ୍ଜାଂ, ପଦାମାଝି, ଉସାବାଲି ଗ୍ରାମର ରାସନ କାର୍ଡଧାରୀଙ୍କୁ ଏଯାବତ ଖାଦ୍ୟଶସ୍ୟ ପ୍ରଦାନ କରାଯାଇନାହିଁ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମବାସୀ ବାରମ୍ବାର ଅବଗତ କରିବା ସତ୍ତ୍ୱେ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଏହାର ପ୍ରତିବାଦରେ ଲୋକେ ପଞ୍ଚାୟତ ଅଫିସ ଘେରାଉ କରିବା ସହ ତାଲା ପକାଇ ଦେଇଛନ୍ତି। କରୋନା କଟକଣା ଯୋଗୁ ଜୀବିକା ପ୍ରଭାବିତ ହୋଇଥିବାରୁ ପରିବାର ପୋଷଣ ନିମନ୍ତେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ କଷ୍ଟକୁ ସାମାନ୍ୟ ମାତ୍ରେ ହ୍ରାସ କରିବା ପାଇଁ ସରକାରଙ୍କ ତରଫରୁ ଆଗୁଆ ତିନି ମାସ ପାଇଁ ମାଗଣା ଚାଉଳ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କାଶୀପୁରସ୍ଥିତ ମାଣ୍ଡିବିଶି ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ଚାଉଳ ବଣ୍ଟାଯାଇନଥିବା ତଥ୍ୟ ସାମ୍ନାକୁ ଆସିଛି। ଏ ସମ୍ବନ୍ଧରେ ବ୍ଲକ ପ୍ରଶାସନ ଖବରପାଇ ଆଜି ମାଣ୍ଡିବିଶି ପଞ୍ଚାୟତକୁ ଗସ୍ତ କରି ଘଟଣା ସମ୍ପର୍କରେ ଲୋକଙ୍କ ସହ କଥା ହୋଇ ତୁରନ୍ତ ଚାଉଳ ପ୍ରଦାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ବିଡିଓ ସୁଧାକର ରଇତ, କାଶୀପୁର ଥାନା ଅଧିକାରୀ ସୁନୀଲ ଅରୁଣ କୁମାର ନାଏକ, ଏବିଡିଓ ବଳରାମ ପାତ୍ର, ରାୟଗଡ଼ା ଡିଏସଓ, କାଶୀପୁର ଏମଆଇ ଉକ୍ତ ପଞ୍ଚାୟତକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଗ୍ରାମବାସୀ ଅଧିକାରୀଙ୍କୁ ଘେରାଉ କରିବା ସହ ତୁରନ୍ତ ମାଗଣା ଚାଉଳ ବଣ୍ଟନ କରାଯାଉ ବୋଲି ଦାବି କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ କାଶୀପୁର ଆଇଆଇସି ସୁନୀଲ ଅରୁଣ କୁମାର ନାଏକଙ୍କ ସହ ପୋଲିସ ଟିମ ଲୋକଙ୍କୁ ବୁଝାସୁଝା କରିଥିଲେ। କାଶୀପୁର ଏବିଡିଓ ବଳରାମ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ର୍ବତ୍ତମାନ ସୁଦ୍ଧା ମାଣ୍ଡିବିଶି ପଞ୍ଚାୟତରେ ୧୦୦ କ୍ୱିଣ୍ଟାଲ ମାଗଣା ଚାଉଳ କମ ଥିବାରୁ ଗ୍ରାମବାସୀଙ୍କୁ ମାଗଣା ଚାଉଳ ବଣ୍ଟନ କରାଯାଇ ନ ଥିବା ପ୍ରକାଶ କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର