Masthead

ଆର୍ୟନଙ୍କୁ ମିଳିବ କି ବେଲ; ଆସନ୍ତା କାଲି ହେବ ଶୁଣାଣି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ) ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଆର୍ୟନଙ୍କୁ ମିଳିଲାନି ଆଶ୍ୱସ୍ତି । ତାରିଖ ଉପରେ ତାରିଖ ଗଡି ଯାଉଛି ହେଲେ ଆର୍ୟନଙ୍କୁ ବେଲ ମିଳୁନି । ଆଜି ବେଲ ମିଳିବାର ଶୁଣାଣି ଥିଲା ହେଲେ ପୁଣିଥରେ କାଲିକୁ ଘୁଞ୍ଚିଲା ଆର୍ୟନଙ୍କ ବେଲ । ତେବେ ଆର୍ୟନଙ୍କୁ ଆହୁରି ଗୋଟେ ଦିନ ଏବେ ଜେଲରେ ରହିବାକୁ ପଡିବ ।

ଆର୍ୟନ, ମୁନମୁନ ଧମେଚା ଏବଂ ଅରବାଜ ମର୍ଚାଣ୍ଟଙ୍କ ଜାମିନ ପାଇଁ ତାଙ୍କ ଓକିଲଙ୍କ ତରଫରୁ କୋର୍ଟରେ ଯୁକ୍ତି ସରିଛି । ତେବେ ଗୁରୁବାର ହିଁ ଆର୍ୟନଙ୍କୁ ବେଲ ମିଳିପାରେ ବୋଲି ଆଶା କରାଯାଉଛି । ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନ ମାମଲାର ଶୁଣାଣି ହୋଇଥିଲା । ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି ଆର୍ୟନଙ୍କ ଜାମିନ ଦେବା ପାଇଁ ଅନେକ ପ୍ରଚେଷ୍ଟା ଚଳାଇଥିଲେ । କିନ୍ତୁ ଆଜି ଆର୍ୟନଙ୍କୁ ବେଲ ମିଳିଲାନି । ସୂଚନା ଥାଉକି ମୁମ୍ବାଇ ଡ୍ରଗ୍ସ ରେଭ ପାର୍ଟି ମାମଲାରେ ଧରା ପଡିବା ପରେ ଅକ୍ଟୋବର ୨ରେ ଗିରଫ ହୋଇ ମୁମ୍ବାଇରେ ଆର୍ଥର ରୋଡ ଜେଲରେ ଆର୍ୟନ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ