Masthead

ବିଶ୍ବ ସ୍ବାସ୍ଥ୍ୟ ଦିବସ: ଆପଣାନ୍ତୁ ଏହି ୪ ଟି କାର୍ଯ୍ୟ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବିଶ୍ବ ସ୍ବାସ୍ଥ୍ୟ ଦିବସ । ପ୍ରତିବର୍ଷ ଏପ୍ରିଲ ୭ କୁ  ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନ କରିବା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇବା । ଏକ ସୁସ୍ଥ ଶରୀର କେବଳ ଶାରୀରିକ ନୁହେଁ ବରଂ ମାନସିକ ସ୍ତରରେ ମଧ୍ୟ ଫିଟ୍ ରଖିଥାଏ । ଜୀବନଶୈଳୀରେ ଏହି ସବୁ ଜିନିଷ ଗ୍ରହଣ କଲେ , ନିଜକୁ ସଂପୂର୍ଣ୍ଣ ସୁସ୍ଥ ରଖିପାରିବ ।

ସୁସ୍ଥ ଖାଦ୍ୟ- ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଗୋଟିଏ ଦିନରେ ଅତି କମରେ ତିନୋଟି ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ସବୁବେଳେ ରାତ୍ରିଭୋଜନ ହାଲୁକା କରିବା ଦରକାର । ଖାଦ୍ୟରେ ପ୍ରଚୁର ପରିମାଣରେ  ଫଳ, ପନିପରିବା, ପୁରା ଶସ୍ୟ, ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍ ସମୃଦ୍ଧ ଜିନିଷ ରହିବା ଆବଶ୍ୟକ ।

ଭଲ ନିଦ- ଏକ ସୁସ୍ଥ ଶରୀର ପାଇଁ ଭଲ ନିଦ ନିତ୍ୟନ୍ତ ଜରୁରୀ । ଯେଉଁମାନେ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ସେମାନେ ଅନେକ ସମୟରେ ରୋଗରେ ପଡ଼ିଥାନ୍ତି । ଭଲ ନିଦ ଉଭୟ ଶରୀର ଏବଂ ମନକୁ ପ୍ରଭାବିତ କରିଥାଏ ।

ବ୍ୟାୟାମ- ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବ୍ୟାୟାମ । ଯେଉଁମାନେ ସପ୍ତାହରେ ତିନିଥରରୁ ଅଧିକ ବ୍ୟାୟାମ କରନ୍ତି । ସେମାନେ ଭଲ ଏବଂ ସୁସ୍ଥ ଜୀବନଯାପନ କରନ୍ତି ।

ମାନସିକ ସ୍ବାସ୍ଥ୍ୟ- ଶରୀର ସହିତ ମାନସିକ ସ୍ବାସ୍ଥ୍ୟ ପ୍ରତି ସମାନ ଧ୍ୟାନ ଦେବା ଉଚିତ୍ । ଯେତେ ମାନସିକ ସ୍ତରରେ ସୁସ୍ଥ ରହିବ ସେତେ  ଶାରୀରିକ  ଭାବରେ ଫିଟ୍ ମଧ୍ୟ ରହିବ ।

ଶରୀରକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଖାଦ୍ୟ, ବ୍ୟାୟାମ, ମାନସିକ ସ୍ତରରେ ଫିଟ୍ ରହିବା ନିହାତି ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି