Masthead

ପୁଣି ପଡ଼ିଆକୁ ଫେରିବେ ଯୁବି

ପଞ୍ଜାବ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ପଡ଼ିଆକୁ ଫେରିବେ ଯୁବରାଜ ସିଂ । ନିଜେ ଯୁବରାଜ ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖିଛନ୍ତି । ତେବେ ସେ କେବଳ ପଞ୍ଜାବ ପାଇଁ ଘରୋଇ କ୍ରିକେଟ ଖେଳିବେ ବୋଲି ଜଣାପଡ଼ିଛି । ଏ ନେଇ ପଞ୍ଜାବ କ୍ରିକେଟ ଆସୋସିଏସନ ପକ୍ଷରୁ ଯୁବରାଜଙ୍କୁ ଅନୁରୋଧ କରାଯାଇଥିଲା । ଉଭୟ ଖେଳାଳି ଓ ମେଣ୍ଟର ଭାବେ ସେ ଦଳ ସହ ରୁହନ୍ତୁ ବୋଲି ଆସୋସିଏସନର ସଂପାଦକ ପୁନୀତ ବାଲି ଅନୁରୋଧ କରିଥିଲେ । ଯୁବି ମଧ୍ୟ ଦଳ ସହ ଅଭ୍ୟାସ ଶିବିରରେ ଯୋଗ ଦେଇ ଲୟ ଫେରିପାଇବାକୁ ଚେଷ୍ଟା ଚଳାଇଛନ୍ତି । ଅବସର ନେଇ ସାରିଥିଲେ ବି ତାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ଅନୁମତି ମିଳୁ ବୋଲି ସେ ବିସିସିଆଇ ସଭାପତିଙ୍କୁ ପତ୍ରରେ ନିବେଦନ କରିଛନ୍ତି । ଯଦି ବିସିସିଆଇର ଅନୁମତି ମିଳେ ତେବେ ପୁଣି ଥରେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂଙ୍କୁ ପଡ଼ିଆରେ ଦେଖିବାକୁ ମିଳିବ । ଭାରତୀୟ କ୍ରିକେଟ ପାଇଁ ଅତୁଳନୀୟ ଅବଦାନ ରଖିଥିଲେ ବି ଯୁବରାଜ ସିଂଙ୍କୁ ପଡ଼ିଆ ବାହାରୁ ହିଁ ଅବସର ନେବାକୁ ହୋଇଥିଲା । କ୍ୟାନ୍ସର ଉପରେ ବିଜୟ ପରେ ପୁଣି କ୍ରିକେଟକୁ ଫେରିଥିଲେ ବି ସେ ଦଳରେ ସ୍ଥାନ ପକ୍କା କରିପାରି ନ ଥିଲେ । ଯୁବିଙ୍କ ଳି ମହାନ କ୍ରିକେଟରଙ୍କୁ ଅବସର ପାଇଁ ଏକ ମ୍ୟାଚର ଆୟୋଜନ ହେବା ଉଚିତ ବୋଲି ତାଙ୍କ ଫ୍ୟାନ୍ ଦାବି କରି ଆସୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ