Masthead

ସରକାରୀ ସହାୟତା ଅପେକ୍ଷା ରେ ନିରଂଜନ

ନୀଳଗିରି:- ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ର ଅଯୋଧ୍ୟା ଗ୍ରାମ ପଞ୍ଚାୟତ ର ୱାର୍ଡ ନମ୍ବର ୯ ର ବାସିନ୍ଦା ନିରଞ୍ଜନ ଜେନା , ବୟସ ୬0 ବର୍ଷ । ପୂର୍ବରୁ ଦିନ ମଜୁରିଆ ଭାବେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ପକ୍ଷ୍ୟାଘାତ ରୋଗରେ ଆକ୍ରାନ୍ତ । ପରିବାର କହିଲେ ଝିଅ, ପୁଅ ଓ ସ୍ତ୍ରୀ । କିନ୍ତୁ ନିରଞ୍ଜନ ଙ୍କ ଦୁଃଖ କହିଲେ ନସରେ , ନିରଞ୍ଜନ ଙ୍କ ପରିବାର ରେ ଦୁଃଖ ର କଳାବାଦଲ ଘୋଟି ଆସିଲା ସେତେବେଳେ, ଯେତେବେଳେ ତାଙ୍କ ଅଷ୍ଟମ ଶ୍ରେଣୀ ରେ ପାଠ ପଢ଼ୁଥିବା ଝିଅ ସସ୍ମିତା ଜେନା ଦୋଳିରୁ ଖସିପଡି ଗଭୀର ଆଘାତ ପ୍ରାପ୍ତ ହେଲେ । ଦାରିଦ୍ର୍ୟତା ରେ ସଢୁ ଥିବା ପରିବାର ଟି ଅର୍ଥାଭାବ ରୁ ଝିଅ ର ଚିକିତ୍ସା କରାଇବାରେ ଅସଫଳ ହେଲେ , ଆଉ ଝିଅ ସସ୍ମିତା ସବୁଦିନ ପାଇଁ ଶଯ୍ୟାଶାୟୀ ହୋଇଗଲେ । ଏବେ ଝିଅକୁ ବୟସ ଆସି ୨୭ ଛୁଇଁଲାଣି, ଦୀର୍ଘ ୧୫ ବର୍ଷ ଧରି ଝିଅ ଜୀବନ ସହ ଲଢ଼ୁଛି। ନିରଞ୍ଜନ ଙ୍କୁ ପଚାରିବାରୁ କହିଲେକି, “ଔଷଧ କଥା କିଏ ବୁଝୁଚି ଏବେ ଜୀବନ ବଞ୍ଚାଇବାକୁ ଦି’ଓଳି ଦି’ ମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟ” ଆଉ ସରକାରୀ ସହାୟତା ବୋଲି ଝିଅ କୁ ମିଳିଛି ଭିନ୍ନକ୍ଷମ ସାଇକେଲ ଖଣ୍ଡେ । ଝିଅ ସସ୍ମିତା ୭୫ ପ୍ରତିଶତ ଭିନ୍ନକ୍ଷମ ଥିଲେ ସୁଦ୍ଧା ଝିଅ ନାଁ ରେ ଭତ୍ତା ଟିଏ ମଧ୍ୟ ନାହିଁ । ସରକାରୀ ବାବୁଙ୍କର ଦୃଷ୍ଟି ଏ ଗରିବ ପରିବାର ର ଦୁଃଖିନୀ ଝିଅ ଉପରେ ପଡ଼ୁ ଆଉ ତାକୁ ଭିନ୍ନକ୍ଷମ ଭତ୍ତା ଓ ଚିକିତ୍ସା ପାଇଁ ସରକାରୀ ସହାୟତା ମିଳୁ ବୋଲି ଅଞ୍ଚଳବାସୀଙ୍କର ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨