Masthead

ହିମ ସ୍ଖଳନରେ ନୌସେନାର ୫ କର୍ମଚାରୀ ନିଖୋଜ

ଡେରାଡୁନ(ବଡ଼ ଖବର ବ୍ୟୁରୋ):    ଉତ୍ତରାଖଣ୍ଡର ବାଗେଶ୍ୱର ଠାରେ ଥିବା ସୁଉଚ୍ଚ ତ୍ରିଶୂଲ ପର୍ବତରେ ଘଟିଛି ଅଘଟଣ । ପାହାଡ ଉପରୁ ଚଢୁଥିବା ନୌସେନାର ପର୍ବତାରୋହିର ଗୋଟିଏ ଟିମ ହଠାତ ବରଫ ସ୍ଖଳନର ସମ୍ମୁଖୀନ ହୋଇଛନ୍ତି ।ତେବେ କିଛି କର୍ମଚାରୀ ବରଫ ସ୍ଖଳନରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆଉ କିଛି କର୍ମଚାରି ନିଖୋଜ ଥିବା ନେଇ ସୂଚନା ମିଳିଛି । ନୌସେନାର ୫ ଜଣ କର୍ମଚାରି ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । କିନ୍ତୁ ଏ ଯାଏଁ ନୌସେନାମାନଙ୍କର କୌଣସି ପତ୍ତା ମିଳିନାହିଁ ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩ରେ ୭ ହଜାର ୧୨୦ ମିଟର ଉଚ୍ଚ ତ୍ରିଶୂଲ ପର୍ବତ ଶିଖରେର ପହଞ୍ଚିବା ପାଇଁ ମୁମ୍ବାଇର ଏକ ନୌସେନାର ପର୍ବତାରୋହି ଟିମ ବାହାରିଥିଲା । ସେହି ଟିମରେ ୨୦ ଜଣ ସଦସ୍ୟ ରହିଥିଲେ । ଶୁକ୍ରବାର ସେମାନେ ପାହାଡ ଉପରୁ ଚଢୁଥିବା ବେଳେ ହଠାତ ହିମ ସ୍ଖଳନ ହୋଇଥିଲା । ବରଫ ଅତଡା ଧସିବାର ଘଟଣାରେ ୧୦ ଜଣ ସମ୍ମୁଖୀନ ହୋଇଥଲେ । ତେବେ ୫ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଆଉ ୫ ଜଣ ନିଖୋଜ ହୋଇଯାଇଥିଲେ ।ଖବର ପରେ ସେମାନଙ୍କୁ ଖୋଜାଖୋଜି କରିବା ପାଇଁ ଏକ ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ହେଲେ ଏଯାଏଁ କୌଣସି ପତ୍ତା ମଳିନାହିଁ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ