Masthead

ଗଞ୍ଜେଇ ମାଫିଆଙ୍କ ୪କୋଟିର ସମ୍ପତ୍ତି ଜବତ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଉକିଆପାଲୀ ପଞ୍ଚାୟତ ଅନ୍ତର୍ଗତ ପନାରାଗୁଡାଠାରେ ଆଜି କମ୍ପିଣ୍ଟାଣ୍ଟ ଅଥରିଟି କଲିକତାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ମାଫିଆଙ୍କ ୪ କୋଟିର ସମ୍ପତ୍ତିକୁ ଜବତ କରିଛି ପୋଲିସ । ଜିଲ୍ଲାର ୩ ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୋଲିସ । ଆଜି ନବରଙ୍ଗପୁର ପୋଲିସ ୩ ଜଣ ଗଞ୍ଜେଇ ମାଫିଆଙ୍କ ସମେତ ୮ ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମେତ ବ୍ୟାଙ୍କ ଜମାଖାତା, ଜମି, ଘରଡିହ ଓ ଘର ପ୍ରଭୃତି ପ୍ରାୟ ୪କୋଟିର ସମ୍ପତ୍ତିକୁ ପୋଲିସ ଜବତ କରିଛି। ଏହି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବାବେଳେ ଜିଲ୍ଲା ତଥା ପଡେ଼ାଶୀ ଜିଲ୍ଲା ଏବଂ ପଡେ଼ାଶୀ ରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଇଁ ଚୋରାଭୂମି ପାଲଟିଛି। ନବରଙ୍ଗପୁର ଦେଇ ମାଫିଆମାନେ ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର କରୁଛନ୍ତି । ଅନେକ ସମୟରେ ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ ବ୍ୟବହୃତ ଗାଡ଼ିଗୁଡ଼ିକୁ ଜବତ କରୁଛି । ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଗତ କିଛି ବର୍ଷପୂର୍ବେ ଏକ ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା । ଲକଡାଉନ ସମୟରେ ଚୋରା ଗଞ୍ଜେଇ କାରବାର ବଢ଼ିବା ଥିଲା । ଯାହା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇକୁ ଜବତ କରିଥିବା ସହ ମାଫିଆଙ୍କ ବ୍ୟବହୃତ ଗାଡ଼ିଗୁଡ଼ିକୁ ଜବତ କରିଥିଲା । ଏହା ସହ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛି ନବରଙ୍ଗପୁର ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା