Masthead

ସ୍ୱାମୀକୁ ପାଇବା ପାଇଁ ଧାରଣାରେ ବସିଲେ ସ୍ତ୍ରୀ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଭଲ ପାଇ ପ୍ରେମ ବିବାହ ହେଲା କାଳ । ନୀଚ ଜାତି ହୋଇ ଥିବାରୁ ଶଶୁର ଘରେ କେହି ପୁରାଇ ଦେଉନାହାନ୍ତି ବୋହୂକୁ । ଶେଷରେ ନ୍ୟାୟ ପାଇଁ ବୋହୁ ଜଣକ ଶଶୁର ଘର ପିଣ୍ଡାରେ ବସିଲା ଧାରଣାରେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜମ୍ଭିରାଇ ଗ୍ରାମର ରଞ୍ଜିତା କର ପଞ୍ଚୁପାଲି ଗ୍ରାମର ଶୁଶାନ୍ତ ଗିରିଙ୍କର ପୁଅ ଶରତ ଗିରିଙ୍କୁ ଭଲପାଇ ୮ ମାସ ତଳେ ମନ୍ଦିରରେ ବିବାହ କରି ସ୍ୱାମୀ ସ୍ତ୍ରୀ ଦୁହେଁ ବାଲେଶ୍ୱରରେ ଏକ ଭଡା ଘରେ ରହୁଥିଲେ ।

ଗତକାଲି ମହିଳାଙ୍କର ସ୍ୱାମୀ ଶରତ ବାଲେଶ୍ୱର ଘରୁ ଟଙ୍କା ନେଇ ଆସୁଥିବା ବେଳେ ସ୍ତ୍ରୀ ରଞ୍ଜିତା ପଚାରିବାରୁ ସେ ଘରକୁ ଯିବେ ବୋଲି କହି ଚାଲି ଯାଇଥିଲେ । ରଞ୍ଜିତା ତାଙ୍କ ପଛେ ପଛେ ବାଲିଆପାଳ ଥାନା ପଞ୍ଚୁପାଲି ଶଶୁର ଘରେ ପହଞ୍ଚି ଥିଲେ । ସେଠାରେ ତାଙ୍କର ସ୍ୱାମୀକୁ ନ ପାଇ ଘର ଭିତରକୁ ପ୍ରବେଶ କରୁଥିଲା ବେଳେ ତାଙ୍କୁ ତାଙ୍କ ଶାଶୁ,ଶଶୁର,ଯାଆ ଅଟକାଇ ଥିଲେ । ନୀଚ ଜାତି ବୋଲି ଘରେ ପୁରାଇ ଦେଇ ନଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ । ସ୍ୱାମୀକୁ ପାଇବା ପାଇଁ ଓ ନ୍ୟାୟ ପାଇଁ ଗତକାଲି ରାତି ଠାରୁ ମହିଳା ଜଣକ ଶଶୁର ଘର ପିଣ୍ଡାରେ ଧାରଣାରେ ବସି ଥିଲା ବେଳେ ଘର ଲୋକ ଗେଟରେ ତାଲା ପକାଇ ଫେରାର ହୋଇ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି