Masthead

ସ୍ୱାମୀକୁ ପାଇବା ପାଇଁ ଧାରଣାରେ ବସିଲେ ସ୍ତ୍ରୀ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଭଲ ପାଇ ପ୍ରେମ ବିବାହ ହେଲା କାଳ । ନୀଚ ଜାତି ହୋଇ ଥିବାରୁ ଶଶୁର ଘରେ କେହି ପୁରାଇ ଦେଉନାହାନ୍ତି ବୋହୂକୁ । ଶେଷରେ ନ୍ୟାୟ ପାଇଁ ବୋହୁ ଜଣକ ଶଶୁର ଘର ପିଣ୍ଡାରେ ବସିଲା ଧାରଣାରେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜମ୍ଭିରାଇ ଗ୍ରାମର ରଞ୍ଜିତା କର ପଞ୍ଚୁପାଲି ଗ୍ରାମର ଶୁଶାନ୍ତ ଗିରିଙ୍କର ପୁଅ ଶରତ ଗିରିଙ୍କୁ ଭଲପାଇ ୮ ମାସ ତଳେ ମନ୍ଦିରରେ ବିବାହ କରି ସ୍ୱାମୀ ସ୍ତ୍ରୀ ଦୁହେଁ ବାଲେଶ୍ୱରରେ ଏକ ଭଡା ଘରେ ରହୁଥିଲେ ।

ଗତକାଲି ମହିଳାଙ୍କର ସ୍ୱାମୀ ଶରତ ବାଲେଶ୍ୱର ଘରୁ ଟଙ୍କା ନେଇ ଆସୁଥିବା ବେଳେ ସ୍ତ୍ରୀ ରଞ୍ଜିତା ପଚାରିବାରୁ ସେ ଘରକୁ ଯିବେ ବୋଲି କହି ଚାଲି ଯାଇଥିଲେ । ରଞ୍ଜିତା ତାଙ୍କ ପଛେ ପଛେ ବାଲିଆପାଳ ଥାନା ପଞ୍ଚୁପାଲି ଶଶୁର ଘରେ ପହଞ୍ଚି ଥିଲେ । ସେଠାରେ ତାଙ୍କର ସ୍ୱାମୀକୁ ନ ପାଇ ଘର ଭିତରକୁ ପ୍ରବେଶ କରୁଥିଲା ବେଳେ ତାଙ୍କୁ ତାଙ୍କ ଶାଶୁ,ଶଶୁର,ଯାଆ ଅଟକାଇ ଥିଲେ । ନୀଚ ଜାତି ବୋଲି ଘରେ ପୁରାଇ ଦେଇ ନଥିଲେ ଏବଂ ମାଡ଼ ମଧ୍ୟ ମାରିଥିଲେ । ସ୍ୱାମୀକୁ ପାଇବା ପାଇଁ ଓ ନ୍ୟାୟ ପାଇଁ ଗତକାଲି ରାତି ଠାରୁ ମହିଳା ଜଣକ ଶଶୁର ଘର ପିଣ୍ଡାରେ ଧାରଣାରେ ବସି ଥିଲା ବେଳେ ଘର ଲୋକ ଗେଟରେ ତାଲା ପକାଇ ଫେରାର ହୋଇ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ