Masthead

ସୁକିନ୍ଦାର ବିକାଶ ହେବ ହିଁ ହେବ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ପ୍ରଭାବିତ ଅଂଚଳର ଦାବି ଅନୁଯାୟୀ ଜିଲ୍ଲା ଖଣିଜ ପାଣ୍ଠିକୁ ବାଟ ମାରଣା କରାଯାଇ ଜିଲ୍ଲାର ଅନ୍ୟ ସ୍ଥାନରେ ଉନ୍ନତି ପାଇଁ ବିନିଯୋଗ କରାଯାଉଛି । ମାତ୍ର ସୁକିନ୍ଦାର ଉନ୍ନତିରେ ଲାଗୁନଥିବାରୁ ଜନ ଅସନ୍ତୋଷ ଲାଗିରହିଛି । ଏନେଇ ସୈାରିକ ଆସୋସିଏସନ୍ ପକ୍ଷରୁ ଖଣି ଅଂଚଳରେ ରାସ୍ତା ରୋକ ସହ ପରିବହନ ବନ୍ଦ ଇତ୍ୟାଦି ବହୁବାର ଆନ୍ଦୋଳନରେ ମଧ୍ୟ ହୋଇଛି । ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ଯାଜପୁରର ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ବହୁବାର ତାଗିଦ୍ କରିଥିଲେ । ଶିକ୍ଷା, ରାସ୍ତ ଘାଟ କିମ୍ବା ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ପୂର୍ବତନ ଜିଲ୍ଲାପାଳ ଧ୍ୟାନ ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଜିଲ୍ଲାପାଳଙ୍କ ପଦୋନ୍ନତି ପରେ ନୂତନ ଜିଲ୍ଲାପାଳ ଭାବରେ ଚକ୍ରବର୍ତ୍ତି ସିଂହ ରାଠୋର ଦାୟିତ୍ୱ ନେବା ପରେ ସୁକିନ୍ଦାବାସୀଙ୍କ ମନରେ ନୂତନ ଆଶା ସଂଚାର ହୋଇଛି । ସୁକିନ୍ଦା ଅଂଚଳରେ ଦୀର୍ଘବର୍ଷ ଧରି ଅଟକି ରହିଥିବା ବିକାଶକୁ ଆଗେଇ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଜିଲ୍ଲାପାଳଙ୍କୁ ଭେଟି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ସୁକିନ୍ଦାରେ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟକୁ ଆଗେଇବା ନେବା ପାଇଁ ଆଲୋଚନା କରିଥିବା “ବଡ଼ ଖବର”କୁ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ