Masthead

ସୁକିନ୍ଦାର ବିକାଶ ହେବ ହିଁ ହେବ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ପ୍ରଭାବିତ ଅଂଚଳର ଦାବି ଅନୁଯାୟୀ ଜିଲ୍ଲା ଖଣିଜ ପାଣ୍ଠିକୁ ବାଟ ମାରଣା କରାଯାଇ ଜିଲ୍ଲାର ଅନ୍ୟ ସ୍ଥାନରେ ଉନ୍ନତି ପାଇଁ ବିନିଯୋଗ କରାଯାଉଛି । ମାତ୍ର ସୁକିନ୍ଦାର ଉନ୍ନତିରେ ଲାଗୁନଥିବାରୁ ଜନ ଅସନ୍ତୋଷ ଲାଗିରହିଛି । ଏନେଇ ସୈାରିକ ଆସୋସିଏସନ୍ ପକ୍ଷରୁ ଖଣି ଅଂଚଳରେ ରାସ୍ତା ରୋକ ସହ ପରିବହନ ବନ୍ଦ ଇତ୍ୟାଦି ବହୁବାର ଆନ୍ଦୋଳନରେ ମଧ୍ୟ ହୋଇଛି । ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ଯାଜପୁରର ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ବହୁବାର ତାଗିଦ୍ କରିଥିଲେ । ଶିକ୍ଷା, ରାସ୍ତ ଘାଟ କିମ୍ବା ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ପୂର୍ବତନ ଜିଲ୍ଲାପାଳ ଧ୍ୟାନ ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଜିଲ୍ଲାପାଳଙ୍କ ପଦୋନ୍ନତି ପରେ ନୂତନ ଜିଲ୍ଲାପାଳ ଭାବରେ ଚକ୍ରବର୍ତ୍ତି ସିଂହ ରାଠୋର ଦାୟିତ୍ୱ ନେବା ପରେ ସୁକିନ୍ଦାବାସୀଙ୍କ ମନରେ ନୂତନ ଆଶା ସଂଚାର ହୋଇଛି । ସୁକିନ୍ଦା ଅଂଚଳରେ ଦୀର୍ଘବର୍ଷ ଧରି ଅଟକି ରହିଥିବା ବିକାଶକୁ ଆଗେଇ ନେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ସୋମବାର ଜିଲ୍ଲାପାଳଙ୍କୁ ଭେଟି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ ସୁକିନ୍ଦାରେ ଅଟକି ରହିଥିବା ବିକାଶମୂଳକ କାର୍ଯ୍ୟକୁ ଆଗେଇବା ନେବା ପାଇଁ ଆଲୋଚନା କରିଥିବା “ବଡ଼ ଖବର”କୁ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ